ରାସ୍ତା ଉପରେ ଯୁବକ ଯୁବତୀଙ୍କୁ ହାଣିଲେ ଦୁର୍ବୃତ୍ତ : ଗୁରୁତର ଅବସ୍ଥାରେ ଉଭୟଙ୍କୁ ଏମକେସିଜିରେ ଭର୍ତ୍ତି

592

କନକ ବ୍ୟୁରୋ : ରାସ୍ତା ଉପରେ ଯୁବକ ଯୁବତୀଙ୍କୁ ହାଣିଲେ ଦୁର୍ବୃତ୍ତ । ବ୍ରହ୍ମପୁର ଶ୍ରୀକ୍ଷେତ୍ର ବିହାର ମୁଖ୍ୟ ରାସ୍ତାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ରାଜେଶ ରାଉତ ଓ ମୋନିକା ନାୟକ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି । ଆକ୍ରମଣର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ବଡ଼ ବଜାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାସ୍ତାରେ ଦୁଇ ଜଣ ଛିଡା ହୋଇଥିବା ବେଳେ ଦୁର୍ବୃତ ଜଣଙ୍କ ଆସି ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ନିଜକୁ ବଞ୍ଚାଇବା ପାଇଁ ସେମାନେ ଜଣଙ୍କ ଘରେ ପଶିଯାଇଥିଲେ ।