ଅନଲାଇନ୍ ପ୍ରଶ୍ନର ଉତ୍ତର ଦିଅନ୍ତୁ ! ୫୦ ହଜାର ଟଙ୍କାର ପୁରସ୍କାର ଜିତନ୍ତୁ

52

ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ‘ପ୍ରକୃତି ସନ୍ଧାନ’ ନାମରେ ଦେଶର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ପ୍ରଶ୍ନୋତ୍ତର ପ୍ରତିଯୋଗୀତା କରୁଛି । ଯାହାକି ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏଥିରେ ଜିତିବା ବିଦ୍ୟାର୍ଥୀଙ୍କୁ ୫୦ ହଜାର, ଦ୍ୱିତୀୟ ସ୍ଥାନରେ ଥିବା ବିଦ୍ୟାର୍ଥୀଙ୍କୁ ୪୦ ହଜାର ଏବଂ ତୃତୀୟ ସ୍ଥାନ ଅଧିକାର କରିବା ପ୍ରତିଯୋଗୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ।

ଏହାଛଡା ୧୦-୧୦ ହଜାର ଟଙ୍କାର ସାନ୍ତ୍ୱନା ପୁରସ୍କାର ମଧ୍ୟ ଦିଆଯିବ । ହିମାଚଳରେ ମଧ୍ୟ ଏନଜିସି କାର୍ଯ୍ୟକ୍ରମ ଆଧାରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରତିଯୋଗୀତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ଇ-ମେଲ୍ ଜରିଆରେ ସୂଚନା ଦିଆଯାଇଛି ।

କିପରି କରିବେ ଆବେଦନ

ପ୍ରତିଯୋଗୀତାଟି ବିଦ୍ୟାଳୟରେ ‘ଇକୋ କ୍ଲବ’ ମାଧ୍ୟମରେ କରାଯିବ । ଅନଲାଇନ୍ ପ୍ରଶ୍ନୋତ୍ତର ପ୍ରତିଯୋଗୀତାରେ ପ୍ରାଥମିକ, ଉଚ୍ଚ ଏବଂ ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟାର୍ଥୀମାନେ ଭାଗ ନେଇ ପାରିବେ ।

ପ୍ରଥମ ଗ୍ରୁପରେ ୮ରୁ ୧୨ ବର୍ଷ ଛାତ୍ରଛାତ୍ରୀ , ଦ୍ୱିତୀୟ ଗ୍ରୁପରେ ୧୩ରୁ ୧୫ ଏବଂ ତୃତୀୟ ଗ୍ରୁପରେ ୧୬ରୁ ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବେ ।

ତିନୋଟି ଗ୍ରୁପରେ ବିଦ୍ୟାଳୟର ପାଂଚ-ପାଂଚ ଜଣ ବିଦ୍ୟାର୍ଥୀ ଅନଲାଇନ୍ ପ୍ରଶ୍ନଗୁଡିକର ଉତ୍ତର ଦେବେ । ଏଥିରେ ଭାଗ ନେବା ପାଇଁ ପିଲାମାନଙ୍କୁ ୪ ଅଗଷ୍ଟ ଯାଏଁ ଇ-ମେଲ ସହାୟତାରେ ପ୍ରାରମ୍ଭିକ ଶିକ୍ଷା ଉପନିର୍ଦ୍ଦେଶକଙ୍କୁ ଆବେଦନ କରିବାକୁ ପଡିବ ।

୩୧ ଡିସେମ୍ବରରେ ହେବ ପ୍ରଥମ ପର୍ଯ୍ୟାୟ ପରୀକ୍ଷା

୫ ସେପ୍ଟେମ୍ବରରେ ‘ଗୁରୁ ଦିବସ’ ଦିନରେ ଅନଲାଇନ୍ ପ୍ରତିଯୋଗୀତାରେ ଭାଗ ନେଉଥିବା ବିଦ୍ୟାର୍ଥୀଙ୍କ ପାଇଁ ସାଇଟରେ ଲିଙ୍କ୍ ଉପଲବ୍ଧ କରାଯିବ । ୩୧ ଡିସେମ୍ବରରେ ଏହାର ପ୍ରଥମ ପର୍ଯ୍ୟାୟ ହେବାକୁ ଯାଉଛି । ଯେଉଁଥିରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା ପାଇଁ ବିଦ୍ୟାର୍ଥୀଙ୍କୁ ୩୦ ସେକେଣ୍ଡ ସମୟ ଦିଆଯିବ । ତେବେ ଯେଉଁ ବିଦ୍ୟାର୍ଥୀ ସଠିକ୍ ଉତ୍ତର ଦେବେ ସେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମନୋନିତ ହେବେ ।

ସୌଜନ୍ୟ: ଅମର ଉଜାଲା