ଏଭଳି କଣ ବିଶେଷତା ରହିଛି ଏହି ମନ୍ଦିରରେ ! ଯେଉଁଠି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଯିବାକୁ ଭୟକରନ୍ତି

80

କାନପୁରର ଦେଖିବାକୁ ମିଳିଛି ଏକ ନିଆରା ମନ୍ଦିର ଯାହା ‘ଭ୍ରଷ୍ଟ ତନ୍ତ୍ର ବିନାଶକ ଶନି ମନ୍ଦିର’ନାଁରେ ପରିଚିତ । ଆଉ ଏହାର ବିଶେଷତା ହେଲା ଏଠାକୁ କେବଳ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ ଅନୁମତି ରହିଛି ନା କୌଣସି ରାଜନେତା କି ସରକାରୀ କର୍ମଚାରୀ ଏହି ମନ୍ଦିରରେ ପଶିବା ସଂପୂର୍ଣ୍ଣ ରୂପେ ମନା । ଏବେ ଆପଣଙ୍କ ମନରେ ଏନେଇ ପ୍ରଶ୍ନ ଉଠୁଥିବ ନିଶ୍ଚୟ ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ ରହସ୍ୟ ।

ମନ୍ଦିର ବାହାରେ ଏକ ପୋଷ୍ଟରରେ ବଡ ବଡ ଅକ୍ଷରରେ ଲେଖା ଯାଇଛି, ‘ମନ୍ଦିର ମଧ୍ୟକୁ ଦେଶର ଭ୍ରଷ୍ଟ ଜନପ୍ରତିନିଧୀ ଏବଂ ଭ୍ରଷ୍ଟ ସରକାରୀ କର୍ମଚାରୀମାନଙ୍କ ପ୍ରବେଶ ନିଷେଧ ।’ ମନ୍ଦିର ଭିତରେ ଥିବା ଶନି ଦେବତାଙ୍କ ସମ୍ମୁଖରେ ଦେଶର ସମସ୍ତ ଭ୍ରଷ୍ଟାଚାରୀ ନେତା ଓ ରାଜନେତାଙ୍କ ଫଟୋ ଲଗା ଯାଇଛି ଆଉ ସମସ୍ତ ଭକ୍ତ ଶନି ଦେବତା ନିକଟରେ ଏହି ପ୍ରାର୍ଥନା କରିଥାନ୍ତି କି ଅସାମାଜିକ ତଥା ଭ୍ରଷ୍ଟାଚାରରେ ଲିପ୍ତ ଲୋକଙ୍କ ଉପରେ ଯେତେ ସମ୍ଭବ ତାଙ୍କର କୋପ ଦୃଷ୍ଟି ପକାନ୍ତୁ । ଏବଂ ଏଥିସହ ସେମାନଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ । ତେବେ ମନ୍ଦିରରେ ଶନି ଦେବତାଙ୍କ ସହ ହନୁମାନ ଏବଂ ବ୍ରହ୍ମାଙ୍କର ମଧ୍ୟ ମୂର୍ତ୍ତୀ ସ୍ଥାପିତ ହୋଇଛି ।

ଏହି ମନ୍ଦିରର ବିଶେଷତା ହେଲା କି, ମନ୍ଦିର ଠିକ୍ ମଧ୍ୟ ଭାଗରେ ଶନି ଦେବତାଙ୍କ ତିନୋଟି ମୂର୍ତ୍ତୀ ପରସ୍ପରକୁ ପଛ କରି ସ୍ଥାପନ କରାଯାଇଛି । ଶନିଙ୍କ ଗୋଟିଏ ମୂର୍ତ୍ତୀର ଦୃଷ୍ଟି ପୁରା ସଂସଦ, ରାଜ୍ୟ ସଭା ଓ ବର୍ତ୍ତମାନର ନେତାମାନଙ୍କର ଫଟୋ ଲାଗିଥିବା ସ୍ଥାନରେ ପଡୁଛି ଯେଉଁଠି ମନମୋହନ ସିଂହ,ସୋନିଆ ଗାନ୍ଧି ,ରାହୁଲ ଗାନ୍ଧି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲାଗିଛି । ସେହି ପରି ଦ୍ୱିତୀୟ ମୂର୍ତ୍ତୀର ଦୃଷ୍ଟି ରହିଛି,ବିଭିନ୍ନ କୋର୍ଟର ବିଚାରପତିଙ୍କ ଫଟୋ ଉପରେ । ଏବଂ ତୃତୀୟ ମୂର୍ତ୍ତୀର କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଶନି ଦେବତାଙ୍କ ତୃତୀୟ ଦୃଷ୍ଟି ସଂପୂର୍ଣ୍ଣ ରୂପେ ପଡିଛି ବ୍ରହ୍ମାଙ୍କ ମୂର୍ତ୍ତୀ ଉପରେ । କାରଣ ବ୍ରହ୍ମାଙ୍କ ଯୋଗୁଁ ହିଁ ଏପରି ସୃଷ୍ଟିର ରଚନା ହୋଇଛି ଯେଉଁଥିରେ ଭ୍ରଷ୍ଟାଚାରରେ ଲିପ୍ତ ଲୋକ ଜନ୍ମ ହୋଇଛନ୍ତି । ଏହାର ଅର୍ଥ ହେଲା ଏବେ ବ୍ରହ୍ମା ମଧ୍ୟ ସତର୍କ ହୋଇ ଯାଆନ୍ତୁ କି ସେ ଏଭଳି ପ୍ରବୃତ୍ତିର ଲୋକଙ୍କୁ ଜନ୍ମ ନ ଦିଅନ୍ତୁ ।

ତେବେ ଏଠାରେ ଭୋଗ ଲଗାଇବା ଓ ଫୁଲ ଅର୍ପଣ କରିବା ନିଷେଧ । ଲୋକ କେଳବ ଗୋଲମରିଚ ଓ ଇଲାଇଚି ଭୋଗ ଲଗାଇ ପାରିବେ । ଏଥିସହ କୌଣସି ପ୍ରକାର ସୋରସରାବା ତଥା ଗୀତ ବାଜିବା ନିଷେଧ ସହ ନିଶାଦ୍ରବ୍ୟ ସେବନ କରୁଥିବା ଲୋକଙ୍କୁ ମଧ୍ୟ ଏହି ମନ୍ଦିରରେ ପ୍ରବେଶ କରିବାକୁ ସ୍ପଷ୍ଟ ଭାବରେ ବାରଣ କରାଯାଇଛି ।