ରୋବର୍ଟର କରିସ୍ମା ! ଗୀତ ଲେଖିବା ସହ ବାଜା ବଜାଉଛି ରୋବର୍ଟ

79

ପ୍ରଥମ ଥର ପାଇଁ ଗବେଷକମାନେ ଏକ ଭିନ୍ନ ଧରଣର ରୋବର୍ଟ ବିକଶିତ କରିଛନ୍ତି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିର ବ୍ୟବହାର ମାଧ୍ୟମରେ ଏହି ରୋବର୍ଟ ନିଜେ ଗୀତ ଲେଖିପାରିବା ସହ ବାଜା ମଧ୍ୟ ବଜାଇପାରିବ । ଏହି ରୋବର୍ଟର ନାମ ହେଉଛି ସିମୋନ୍ ।

ଆମେରିକାର ଜର୍ଜିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଗବେଷକମାନେ ଏହି ରୋବର୍ଟରେ ୫ହଜାର ସଂଗୀତ ଅପଲୋଡ଼ କରିଛନ୍ତି । ଗବେଷକଙ୍କ କହିବା ଅନୁସାରେ ଥରେ ସିମୋନକୁ ଆମ ଦ୍ୱାରା ଦିଆଯାଇଥିବା ୪ଟି ଭିନ୍ନ ଉପାୟ ଅଭ୍ୟାସ କରାଗଲା ପରେ ଆଉ କୈାଣସି ବ୍ୟକ୍ତିଙ୍କ ଆବଶ୍ୟକତା ଗୀତ ରଚନା କିମ୍ବା ବାଜା ବଜାଇବା ପାଇଁ ପଡ଼ିବ ନାହିଁ । ଏହି ରୋବର୍ଟ ନିଜେ ଗୀତ ଲେଖିବା ସହ ଏହାକୁ କେଉଁ ଧୂନରେ ବଜାଇବ ତାହା ସେ ସ୍ଥିର କରିବ ।