୪୪୦ ଭୋଲ୍ଟ କରେଣ୍ଟର ପଡେନି ପ୍ରଭାବ ! ହିଟର ଚାଲୁଥିବା ବେଳେ ବି ନରେଶ କରିପାରନ୍ତି ମରାମତି କାମ

50

ମୁଜାଫରନଗର : ଆପଣମାନେ ସ୍ପାଇଡ଼ର ମ୍ୟାନ୍, ସୁପରମ୍ୟାନ୍ ବିଷୟରେ ତ ଶୁଣିଥିବେ । କିନ୍ତୁ କେବେ ଇଲେକଟ୍ରିକ୍ ମ୍ୟାନଙ୍କ ସଂପର୍କରେ ଶୁଣିଛନ୍ତି କି ? ଉତ୍ତର ପ୍ରଦେଶର ମୁଜାଫରନଗରରେ ରହୁଥିବା ଜଣେ ସାଧାରଣ ମଣିଷ ହେଉଛନ୍ତି ନରେଶ କୁମାର । ଲୋକମାନେ କିନ୍ତୁ ତାଙ୍କୁ ଇଲେକଟ୍ରିକ୍ ମ୍ୟାନ୍ ବୋଲି ସମ୍ବୋଧନ କରିଥାନ୍ତି । କାରଣ ବିନା କୈାଣସି ସୁରକ୍ଷା ଉପକରଣରେ ଲାଇନ୍ ଥିବା ସମୟରେ ବିଭିନ୍ନ ଇଲେକଟ୍ରିକ୍ କାମ କରିନେଇଥାନ୍ତି । ଏପରିକି ତାଙ୍କ ଉପରେ ୪୪୦ ଭୋଲ୍ଟର କୈାଣସି ପ୍ରଭାବ ପଡିନଥାଏ । ସେଥିପାଇଁ ତାଙ୍କୁ ମିଳିଛି ଏପରି ଏକ ନାମ ।

ମୁଜାଫରନଗରର ସିଭିଲ୍ ଲାଇନରେ ରହୁଥିବା ୪୨ବର୍ଷୀୟ ନରେଶ ସ୍ଥାନୀୟ ମେଡିକାଲର ପୋଷ୍ଟମର୍ଟମ ବିଭାଗରେ କାର୍ଯ୍ୟରତ । ତାଙ୍କ କହିବାନୁଯାୟୀ ଥରେ ୧୧ ହଜାର କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଗୋଟିଏ ଯୁବକର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଅଣାଯାଇଥିଲା । ତା’ ଶରୀରକୁ କଟାକଟି କରିବା ସମୟରେ ତାଙ୍କୁ ଶକ୍ତ କରେଣ୍ଟ ଲାଗିଥିଲା ଏବଂ ସେ କିଛି ଦୂର ଛିଟିକି ପଡିଥିଲେ । ତା’ ପରଠାରୁ ତାଙ୍କ ସହ ଏହି ଚମତ୍କାର ହୋଇଆସୁଛି । ଘରେ ସେ ହିଟର ଚାଲୁଥିବା ସମୟରେ ମଧ୍ୟ ମରାମତି କରିଦେଇଥାନ୍ତି । ତାଙ୍କ ଉପରେ କୈାଣସି ପ୍ରଭାବ ପଡିନଥାଏ ବରଂ ନରେଶଙ୍କ ପରିବାର ଏହି ଚମତ୍କାରକୁ ନେଇ ଖୁବ୍ ଖୁସି ।

ଦେଖନ୍ତୁ ଏହି ଭିଡିଓ –