ଶବ ଖୋଲିଲା ନିଜ ମୃତ୍ୟୁର ରହସ୍ୟ ! କେମିତି ଜାଣନ୍ତୁ . . .

51

ମୃତ୍ୟୁ ପରେ ଯେ, କେହି ଫେରନ୍ତି ନାହିଁ ଏହା ସମସ୍ତେ ଜାଣନ୍ତି । କାରଣ ଏହା ଚିରନ୍ତନ ସତ୍ୟ । ଏହା ଜୀବନର ଶେଷ ବିନ୍ଦୁ । କିନ୍ତୁ ଏଭଳି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ କଥା । ମୃତ୍ୟୁ ପରେ ଶବକୁ ସମାଧି ଦିଆ ଯାଇଥିଲା । କିନ୍ତୁ ଏଭଳି କିଛି ଥିଲା ଯାହାକୁ ନେଇ ସମସ୍ତେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ । କେବଳ ସାଧାରଣ ମଣିଷ ନୁହଁନ୍ତି ବରଂ ପୋଲିସର ମଧ୍ୟ ହୋସ୍ ଉଡିଯାଇଥିଲା ।

ଘଟଣାଟି ୭ ମାସ ପୂର୍ବର । ଦେହରାଦୁନର ଏକ ବ୍ୟସ୍ତବହୁଳ ଅଂଚଳରେ ନିଜ ପରିବାର ସହ ବାସ କରୁଥିବା ଇକବାଲ ତାଙ୍କ ଝିଅ ଅଫରିନଙ୍କ ବିବାହ ୨୦୧୪ରେ ବାଗଜାଲା ନିବାସୀ ଇମରାନଙ୍କ ସହିତ କରିଥିଲେ । କିନ୍ତୁ ୨୫ ଜୁଲାଇ ୨୦୧୭ରେ ଅଫରିନଙ୍କର ମୃତ୍ୟୁ ଘଟିଲା । ତେବେ ଝିଅକୁ ଯୌତୁକ ପାଇଁ ବିଷ ଦେଇ ମାରିଥିବା ନେଇ ଥାନାରେ ଏତଲା ଦେଇଥିଲେ ଇକବାଲ । କିନ୍ତୁ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ଇକବାଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ଅଦାଲତଙ୍କ ନିର୍ଦ୍ଦେଶାନୁସାରେ, ପୋଲିସ ଅଫରିନଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ଏବଂ ହତ୍ୟା ମାମଲା ରୁଜୁ କରିଥିଲେ । ଏହାପରେ ଶବକୁ ସମାଧିରୁ ବାହାର କରି ପୋଷ୍ଟମର୍ଟମ କରାଯାଇଥିଲା । ଡିଏନଏ ତାଙ୍କ ମାତାପିତାଙ୍କ ସହ ମ୍ୟାଚ କରିବାରୁ ଜଣାଗଲାଯେ ସେ ହେଉଛନ୍ତି ଅଫରିନ । ସେହିପରି ମାଟି ଏବଂ କଙ୍କାଳର ଟିସୁ ପରୀକ୍ଷଣରୁ ସ୍ପଷ୍ଟ ହୋଇଗଲା କି ବିଷ ଦ୍ୱାରା ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ଶାଶୁଘର ଲୋକଙ୍କ କହିବା ଅନୁସାରେ, ଅଫରିନଙ୍କ ମୃତ୍ୟୁ ରୋଗ ଯୋଗୁଁ ହୋଇଥିଲା । ତେବେ ଘଟଣା ଜଣାପଡିବା ପରେ ଇମରାନଙ୍କୁ ପୋଲିସ୍ ଗିରଫ କରି ଜେଲ ପଠାଇଛି ।