ଅଶ୍ଳୀଳ କମେଂଟକୁ ମୁହଁତୋଡ ଜବାବ୍ ଦେବାକୁ ଫେସବୁକ୍ ଆଣିଲା ନୂଆ ଫଣ୍ଡା ! ଜାଣନ୍ତୁ ଏହାର ବିଶେଷତ୍ୱ
ଇଂଟରନେଟରେ ଘୁରିବୁଲୁଥିବା ବିଭିନ୍ନ ଆପତ୍ତିଜନକ ଭିଡିଓ ଏବଂ ଅଶ୍ଳୀଳ କମେଂଟ୍ ଆଦିକୁ ମୁହଁତୋଡ ଜବାବ୍ ଦେବାପାଇଁ ଫେସବୁକ୍ ଆପଣେଇଛି ଏକ ନୂଆ ଫଣ୍ଡା । ସୂଚନା ମୁତାବକ, ଫେସବୁକ୍ ବର୍ତ୍ତମାନ ଅନଲାଇନ୍ ଅଶ୍ଳୀଳ କମେଂଟ୍ ଓ ଭିଡିଓକୁ ମୁକାବିଲା କରିବା ପାଇଁ ଆଧ୍ୟାତ୍ମିକ ଏବଂ ଅନ୍ୟ ବେ-ସରକାରୀ ସଂଗଠନମାନଙ୍କୁ ତାଲିମ୍ ଦେବାକୁ ଯାଉଛି ଯେଉଁମାନେ କି ଅନଲାଇନ୍ ହିଂସା ଏବଂ ୟୁଜର୍ସଙ୍କୁ ଉତକ୍ଷିପ୍ତ ତଥା ପ୍ରଭାବିତ କରୁଥିବା ଭଳି ଦେଶ ବିରୋଧି ଭାଷଣ ଏବଂ କମେଂଟକୁ ରୋକିବାରେ ସହାୟତା କରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଫେସବୁକ୍ ଏଥିପାଇଁ ଆମେରିକାରେ ଏକ ‘ଅନଲାଇନ୍ ସିଭିଲ୍ କୋରେଜ’ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ଆଧାରରେ ବିଭିନ୍ନ ସଂସ୍ଥାମାନଙ୍କୁ ଅନଲାଇନ୍ ମନିଟାରିଂ ଏବଂ ଉଗ୍ର କମେଂଟକୁ ହ୍ୟାଣ୍ଡେଲ୍ କରିବାର ବିଭିନ୍ନ ତରିକା ଶିକ୍ଷା ଦିଆଯିବ ।
ଏଥିପାଇଁ ଫେସବୁକ୍ ନିଜର ‘ସପୋର୍ଟ ଡେସ୍କ’ର ମଧ୍ୟ ଆରମ୍ଭ କରିଦେଇଛି । ଯାହା ଖରାପ ତଥା ଅଶ୍ଳୀଳ କମେଂଟକୁ ସାବାଡା କରିବାରେ ସଂସ୍ଥାମାନଙ୍କୁ ସାହାର୍ଯ୍ୟ କରିବ । ତେବେ ଏହାର ଆରମ୍ଭ ସେତେବେଳେ ହୋଇଥିଲା ଯେତେବେଳେ କିଛିଦିନ ତଳେ ଆପତ୍ତିଜନକ, ହିଂସାତ୍ମକ ଏବଂ ଅଶ୍ଳୀଳ କମେଂଟମାନ ଫେସବୁକ୍, ଗୁଗଲ ଏବଂ ଟୁଇଟର ଭଳି ବିଭିନ୍ନ ସୋସିଆଲ୍ ମିଡିଆ କଂପାନୀମାନଙ୍କୁ ବିପଦ ଘେରକୁ ଟାଣି ନେଇଛି ।
ଏଠାରେ ଆମେ କହିରଖୁଛୁ କି, ଚଳିତ ମାସ ଆରମ୍ଭରେ ଲଣ୍ଡନରେ ହୋଇଥିବା ଆତଙ୍କି ହମଲା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଟେରେସା ଫେସବୁକ୍, ଗୁଗଲ୍ ଏବଂ ଟୁଇଟର ଆଦି ସୋସିଆଲ୍ ମିଡିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଯାହାର ଜବାବରେ ଫେସବୁକ ଏକ ବୟାନ ଜାରି କରି କହିଛି କି, ସେ ଖୁବ୍ ଶୀଘ୍ର ନିଜର ଫ୍ଲାଟଫର୍ମରେ ଉପଲବ୍ଧ ଆତଙ୍କି ସମର୍ଥିତ କମେଂଟଗୁଡିକୁ ହଟାଇବା ପାଇଁ ଏକ ବଡ ପଦକ୍ଷେପ ନେବାକୁ ଯାଉଛି ଏବଂ ଆତଙ୍କି ଗତିବିଧି ଉପରେ ସାମାନ୍ୟ ଆଭାସ୍ ମିଳିବା କ୍ଷଣି ଏନେଇ ତୁରନ୍ତ ସୁରକ୍ଷା ଏଜେନ୍ସିମାନଙ୍କ ସହ ଯୋଗାଯୋଗ କରିବା ନେଇ ସୂଚିତ କରିଛି ।
ଏହା ସହ ମଧ୍ୟ ପଢନ୍ତୁ- ଗୋଟିଏ ମିସ୍ କଲ୍ କରନ୍ତୁ ! ମୋବାଇଲରେ ହୋଇଯିବ ୨୫୦ ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ