ମାରୁତି ଦେଉଛି ବଡ ଅଫର୍ ! ମାତ୍ର ୭୮ ଟଙ୍କାରେ କିଣନ୍ତୁ ସୁଜୁକି ଅଲ୍ଟୋ ୮୦୦

97

ଏଣିକି ମାତ୍ର ୭୮ ଟଙ୍କା ପ୍ରତିଦିନ ଖର୍ଚ୍ଚ କରି ଆପଣ ଦେଶର ସବୁଠାରୁ ଅଧିକ ବିକ୍ରୀ ହେଉଥିବା ଲୋକପ୍ରିୟ କାର୍ ଅଲ୍ଟୋକୁ କିଣି ପାରିବେ । ଯେଉଁ ଅଫରଟିକୁ ଖୋଦ୍ ମାରୁତି କଂପାନୀ ବିଭିନ୍ନ ବିଜ୍ଞାପନ ଜରିଆରେ ପ୍ରସାରିତ କରିଛି ।

ସୂଚନା ମୁତାବକ, ଯଦି ଆପଣ ସରକାରୀ କର୍ମଚାରୀ ହୋଇଥିବେ କିମ୍ବା କୌଣସି ସେବାନିବୃତ୍ତ ହୋଇଥିବେ ତେବେ ଆପଣଙ୍କୁ ଅତିରିକ୍ତ ୩ ହଜାର ଟଙ୍କାର ଛାଡ ମିଳିବ । ମାରୁତିର ଏହି କାର୍ ୨୪.୦୭ କିଲୋମିଟର ମାଇଲେଜ୍ ଦେଇଥାଏ ତଥା ଏହା ସିଏନଜିରେ ମଧ୍ୟ ଉପଲବ୍ଧ ।

ଋିପୋର୍ଟ ଅନୁସାରେ, ମାରୁତିର ଏହି କାରଟିର ବେସ୍ ଭାରିଆଂଟ୍ ଏସଟିଡିର ମୂଲ୍ୟ ୨ ଲକ୍ଷ ୬୩ ହଜାର ଟଙ୍କା ରହିଥିଲା ଯାହାକୁ କଂପାନୀ ବର୍ତ୍ତମାନ ମାତ୍ର ୧ ଲକ୍ଷ ୯୭ ହଜାର ଟଙ୍କାରେ ବିକ୍ରୀ କରୁଛି । ଯଦି ଆପଣ ଏହାକୁ ୮୪ ମାସର ଇଏମଆଇ ମାଧ୍ୟମରେ କିଣି ଦେଉଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ପ୍ରତିମାସ ୨୩୪୬ ଟଙ୍କା ଦେବାକୁ ପଡିବ । ଅର୍ଥାତ୍ ପ୍ରତିଦିନ ହିସାବରେ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିବ ମାତ୍ର ୭୮ ଟଙ୍କା । ତେବେ ମାରୁତିର ଏହି କାର୍ ସିଏନଜିକୁ ମିଶାଇ ୧୦ଟି ଭିନ୍ନ ରୂପରେ ଉପଲବ୍ଧ ଅଟେ ।

ଏହା ସହ ମଧ୍ୟ ପଢନ୍ତୁ-ଘରେ ବସି ଠିକ୍ କରିପାରିବେ ଆପଣଙ୍କ ଟଚସ୍କ୍ରିନ୍ ମୋବାଇଲ ! ଜାଣନ୍ତୁ କିପରି ?