ସୋରରେ ବସ୍ତାରେ ପୁରାଇ ଶବ ବୁହା ଘଟଣା : ଜିଆରପି ଏଏସଆଇ ପ୍ରତାପ ରୁଦ୍ର ମିଶ୍ର ନିଲମ୍ବିତ

48

ବାଲେଶ୍ୱର : ବାଲେଶ୍ୱର ସୋରରେ ବସ୍ତାରେ ବାନ୍ଧି ଶବ ବୁହା ଘଟଣାରେ ବାଲେଶ୍ୱର ଜିଆରପି ଏଏସଆଇ ପ୍ରତାପ ରୁଦ୍ର ମିଶ୍ର ନିଲମ୍ବିତ । ପ୍ରତାପଙ୍କୁ ନିଲମ୍ବିତ କରିଛନ୍ତି ଜିଆରପି ଏସପି । ବାହାନଗା ଷ୍ଟେସନ ପାର ହେଉଥିବାବେଳେ ମାଲବାହି ଗାଡି ଧକାରେ ମୃତ୍ୟୁବରଣ କରିଥିଲେ ଜଣେ ମହିଳା। ରେଳବାଇ ନିୟମ ଅନୁସାରେ ପୋଷ୍ଟମର୍ଟମ ପାଇଁ ୧୦୮ଆମ୍ବୁଲାନ୍ସରେ ମହିଳା ଜଣଙ୍କୁ ସୋର ଡାକ୍ତରଖାନାକୁ ନିଆଯାଇଥିଲା । ପୋଷ୍ଟମର୍ଟମ ପରେ ଶବକୁ ସୋର ଜିଆରପି ଜବତ କରିଥିଲା । କିନ୍ତୁ ତା ପରେ ଶବକୁ ନିଜ ଗାଁକୁ ପଠାଇବା ପାଇଁ କୋଣସି ବ୍ୟବସ୍ଥା କରି ନଥିଲା ରେଳବାଇ ପୁଲିସ । ଅଧିକ ସମୟ ବିତି ଯାଇଥିବାରୁ ମୃତକଙ୍କ ଶରୀର ଖାଡି ହୋଇଯାଇଥିଲା । ଶବକୁ ନେବା ପାଇଁ ବାଧ୍ୟ ହୋଇ ମୃତ ଦେହ ଉପରେ ଚଢ଼ି ହାତ ଗୋଡ ଭାଙ୍ଗି ବସ୍ତାରେ ବାନ୍ଧି ଗାଁକୁ ନେଇଥିଲେ।