ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ପ୍ରଥମ ଥର ପାଇଁ ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଲା ରୋଭର ପ୍ରଜ୍ଞାନ

365

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ପ୍ରଥମ ଥର ପାଇଁ ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଲା ରୋଭର ପ୍ରଜ୍ଞାନ ।  ଏହି ଫଟୋରେ ଦୁଇ ପେ’ ଲୋଡ ଚାଷ୍ଟେ ଓ ଇଲସା ବି ହେଲେ ଦୃଶ୍ୟମାନ  ।  ‘ଚାଷ୍ଟେ’ ଅର୍ଥାତ୍ ଚନ୍ଦ୍ରାସ୍ ସରଫେସ୍ ଥର୍ମୋଫିଜିକାଲ ଏକ୍ସପେରିମେଂଟ । ଏହାର କାମ ଚନ୍ଦ୍ରପୃଷ୍ଠର ତାପମାତ୍ରାକୁ ପରଖିବା । ଦୁଇ ଦିନ ତଳେ ଏହି ଚାଷ୍ଟେରୁ ନିଆଯାଇଥିବା ତଥ୍ୟ ଇସ୍ରୋକୁ ପଠାଇଥିଲା ଚନ୍ଦ୍ରଯାନ । ଆଉ ଏକ ପେ’ଲୋଡ ହେଉଛି ‘ଇଲସା’ ଅର୍ଥାତ୍ ଦ ଇନଷ୍ଟୁମେଂଟ୍ ଫର ଲୁନାର ସେସ୍ମିକ୍ ଆକ୍ଟିଭିଟି । ଏହାର କାମ ହେଉଛି ଚନ୍ଦ୍ରପୃଷ୍ଟରେ ଭୂ-କମ୍ପ ନେଇ ତଥ୍ୟ ସଂଗ୍ରହ କରିବା । ଏହାଦ୍ୱାରା ଚନ୍ଦ୍ର ଭିତରେ ରହିଥିବା କ୍ରଷ୍ଟ ବା ଭିନ୍ନ ଭିନ୍ନ ଚଟ୍ଟାଣ ସମ୍ପର୍କରେ ତଥ୍ୟ ମିଳିପାରିବ । ପ୍ରଜ୍ଞାନ ଉଠାଇଥିବା ବିକ୍ରମର ଏହି ଫଟୋ ସେୟାର କରିଛି ଇସ୍ରୋ । ଏହି ଫଟୋରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଛିଡ଼ା ହୋଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଆଜି ସକାଳ ୭ଟା ୩୫ମିନିଟରେ ଏହି ଫଟୋ ଉଠାଇଛି ରୋଭର ପ୍ରଜ୍ଞାନ ।