ଶ୍ରୀମନ୍ଦିରର କୁନି ଚୁନରା ସେବାୟତ: ବଡ ହେବାର ସ୍ୱପ୍ନ ସାଉଣ୍ଟୁଥିଲେ ବି କୌଳିକ ସେବାକୁ ଗୁରୁତ୍ୱ

101

କନକ ବ୍ୟୁରୋ: ଶ୍ରୀମନ୍ଦିରର କୁନି ଚୁନରା ସେବାୟତ । ବଡହେଲେ କର୍ଣ୍ଣେଲ ହେବେ ଆଉ ଦେଶ ସେବା କରିବେ । ହେଲେ ନିଜ କୌଳିକ ସେବାକୁ ଭୁଲିନାହାନ୍ତି । ସେବାୟତ ପରିବାରରେ ମୁଖ୍ୟ ସେବା ହେଉଛି ମହାପ୍ରଭୁଙ୍କ ସେବା । ଏହାରି ଭିତର ଅନନ୍ୟ ସେବକ ହେଉଛନ୍ତି ଚୂନରା ସେବାୟତ । ଏହି ସେବା ପାଇଁ ୯ବର୍ଷ ଓ ୧୧ବର୍ଷର ପିଲାଙ୍କୁ ଦିଆଯାଉଛି ବାନା ବାନ୍ଧିବା ପ୍ରଶିକ୍ଷଣ । ସେମାନେ ପ୍ରଥମେ ନିଜ ମାଆଙ୍କୁ ପ୍ରଣାମ କରିବା ପରେ ସିଂହଦ୍ୱାର ନିକଟରେ ପତିତପାବନଙ୍କୁ ସୁମରଣା କରି ଶ୍ରମନ୍ଦିର ଉପରେ ଚଢିଥାନ୍ତି ଶ୍ରୀମନ୍ଦିର ଚୂଡାରେ ବାନା ଲଗାଇବା ଅତି କଷ୍ଟକର । ତେବେ ପରମ୍ପରା ଅନୁସାରେ ଚୁନରା ସେବକ ମାନେ କୁନି କୁନି ପିଲାଙ୍କୁ ଶ୍ରୀମନ୍ଦିର ଉପରେ ଚଢାଇ ପ୍ରଶିକ୍ଷଣ ଦେଉଛନ୍ତି ।