ହକି ଗଡରେ ଅବହେଳିତ ଖେଳାଳି: ପାଖରେ ପୁଳା ପୁଳା ମେଡାଲ, ହେଲେ ଦାଦନରୁ ନେଇ ଗାଈ ଚରାଉଛନ୍ତି ଜାତୀୟ ସ୍ତରର ଖେଳାଳି 

65

କନକ ବ୍ୟୁରୋ: ହକି ଗଡରେ ଅବହେଳିତ ଖେଳାଳି । କିଏ ଯାଉଛି ଦାଦନ ଖଟିବାକୁ ତ ଆଉ କିଏ ଗାଈ ଚରାଉଛି । ହକି ଖେଳି ଭବିଷ୍ୟତ ଗଢିବାର ସ୍ୱପ୍ନ ଦେଖିଥିଲେ । ହେଲେ ଏବେ ଅବହେଳିତ ହୋଇପଡ଼ିଛନ୍ତି ଏହି ଜାତୀୟ ସ୍ତରର ଖେଳାଳି ମାନେ । ସୁନ୍ଦରଗଡ ହେଉଛି ହକିର ଏନ୍ତୁଡିଶାଳ । ହେଲେ ଜାତୀୟ ସ୍ତରରେ ଖେଳି ନାଁ କରିଥିବା କିଛି ଖେଳାଳି ଅବହେଳିତ ହୋଇ ରହିଛନ୍ତି । ଲୁଲୁକିଡିହି ଗାଁ ର ସନ୍ତୋଷ ମାଝୀ । ଯିଏକି ଜଣେ ଜାତୀୟ ସ୍ତରର ହକି ଖେଳାଳି । ଦୁଇ ଦୁଇ ଥର ଜାତୀୟ ସ୍ତରରେ ଖେଳିଛନ୍ତି । ଏପରିକି ଏଫଆଇଏଚ ଲିଗରେ ନିଜର ପ୍ରଦର୍ଶନ ଦେଖାଇଛନ୍ତି । ହେଲେ ଏବେ ପରିସ୍ଥିତି ତାଙ୍କୁ ସଜାଇଛି ଗାଇଚରାଳି । କିଛି ସମୟରେ ଦାଦନ ଖଟିବାକୁ ବି ଯାଉଛନ୍ତି ସନ୍ତୋଷ । ପୁଳାପୁଳା ସାର୍ଟିଫିକେଟ ଓ ମେଡାଲ ହାସଲ କରିଥିବା ଖେଳାଳି ପ୍ରଶାନ୍ତ ତିର୍କୀ  । ସଉନାମୁରାର ଜାତୀୟ ସ୍ତରର ଖେଳାଳି ହେଉଛନ୍ତି ପ୍ରଶାନ୍ତ । ଚାରି ଚାରି ଥର ଜାତୀୟ ସ୍ତରରେ ଖେଳିଛନ୍ତି ହେଲେ ଏବେ ଘରେ ବେକାର ବସିଛନ୍ତି । ଅବହେଳିତ ହୋଇ ରହିଥିବା ଏହି ଖେଳାଳି ମାନଙ୍କ ପ୍ରତି ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦେବା ଜରୁରୀ ହୋଇ ପଡ଼ିଛି ।