ଉଠିଯିବ ବଜାର, ଚିନ୍ତାରେ ବ୍ୟବସାୟୀ: ରାସ୍ତା ପ୍ରଶସ୍ତିକରଣ ପାଇଁ ପାରାଦୀପର ଭୂତମୁଣ୍ଡାଇ ବଜାର ଉଚ୍ଛେଦକୁ ବିରୋଧ

193

କନକ ବ୍ୟୁରୋ: ଉଠିଯିବ ବଜାର । ଚିନ୍ତାର ପଡିଛନ୍ତି ବ୍ୟବସାୟୀ । ପରିବାର କିଭଳି ଚଳିବ ସେ ନେଇ ଏବେଠୁ ଘାରିଛି ଚିନ୍ତା । ପାରାଦୀପର ପ୍ରବେଶ ପଥରେ ରହିଛି ଭୂତମୁଣ୍ଡାଇ ବଜାର । ରାସ୍ତାକଡରେ ଥିବା ଏହି ବଜାରରେ ୨୦୦ ବ୍ୟବସାୟୀ ନିଜର ବ୍ୟବସାୟ ଚଳାଇଛନ୍ତି । ହେଲେ ଏବେ ରାସ୍ତା ପ୍ରଶସ୍ତିକରଣ ଯୋଗୁ ଏହି ବଜାରକୁ ଉଠାଯିବ । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ବ୍ୟବସାୟୀ ମାନେ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଆମେ କେମିତି ବଂଚିବୁ ଆଉ ଆମ ପରିବାର କେମିତି ଚଳିବ । ବଜାର ଉଠାଇବା ପୂର୍ବରୁ ଥଇଥାନ କରିବାକୁ ଦାବି ହୋଇଛି । ବ୍ୟବସାୟୀଙ୍କ ଏହି ଅସୁବିଧା ସମୟରେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ମାର୍କେଟ କମ୍ପେ୍ଲକ୍ସ ଘରକୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଗାଇ ଦିଆଯାଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବ୍ୟବସାୟୀ ମାନେ । ସେପଟେ ବଜାର ଭାଙ୍ଗିବାକୁ ଯାଉଥିବା ବେଳେ ନୂତନ ଭାବେ ତିଆରି ହେଉଥିବା ସମସ୍ତ କମ୍ପେ୍ଲକ୍ସ ବ୍ୟବସାୟୀ ମାନେ ଦାବି କରୁଛନ୍ତି । ଯାହାକି ଅସମ୍ଭବ ବୋଲି କହିଛନ୍ତି ବ୍ଳକ ଉନ୍ନୟନ ଅଧିକାରୀ ।