ସଂକ୍ଷେପରେ ଜୟଲଳିତାଙ୍କ ସମ୍ବନ୍ଧରେ କିଛି କଥା ଆସନ୍ତୁ ଜାଣିବା !

25

୧-୨୪ ଫେବୃୟାରୀ ୧୯୪୮ରେ ଜନ୍ମଗ୍ରହଣ କରିଥିଲେ ଜୟଲଳିତା ।

୨-ଜୟାଙ୍କ ପିତାଙ୍କ ନାମ ଜୟରାମ ଏବଂ ମାତାଙ୍କ ନାମ ବେଦବାଲି ।

୩-୧୯୬୧ରୁ ୧୯୮୦ ଅଭିନେତ୍ରୀ ଜୀବନରେ ଜୟାଙ୍କ ପାଇଁ ଏକ ମାଇଲଖୁଂଟ୍ ସଦୃଶ ।

୪-ତାମିଲ, ତେଲଗୁ, ଓ କନ୍ନଡ ଭାଷାରେ ଜୟା ପ୍ରାୟତଃ ୧୪୦ରୁ ଅଧିକ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଥିଲେ ।

୫-ଜୟାଙ୍କ ରାଜନୈତିକ ଦଳ ଏଆଏଇଡିଏମକେ ଭାବେ ପରିଚିତ ।

୬-ଜୟାଙ୍କ ନିର୍ବାଚନ ମଣ୍ଡଳୀର ନାମ ହେଲା ରାଧାକ୍ରିଷ୍ଣନ ନଗର ।

୭- ଆମ୍ମା ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ୨୪ ଜୁନ୍ ୧୯୯୧-୧୨ମେ ୧୯୯୬ ପର୍ଯ୍ୟନ୍ତ ।

୮- ଦ୍ୱିତୀୟଥର ପାଇଁ ୧୪ମେ ୨୦୦୧-୨୧ ସେପ୍ଟେମ୍ବର ୨୦୦୧ ପର୍ଯ୍ୟନ୍ତ ।

୯- ତୃତୀୟଥର ପାଇଁ ୨ ମାର୍ଚ୍ଚ-୨୦୦୨ରୁ ୧୨ ମାର୍ଚ୍ଚ ୨୦୧୬ ପର୍ଯ୍ୟନ୍ତ ।

୧୦-ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ୨୯ ଫେବୃୟାରୀ ୨୦୧୧-୨୭ ସେପ୍ଟେମ୍ବର ୨୦୧୪ ପର୍ଯ୍ୟନ୍ତ ।

୧୧-୨୩ମେ ୨୦୧୫ ରେ ପଂଚମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୧୨-ଆୟ ବହିର୍ଭୂତ ସଂପତି ବିବାଦରେ ୨୦ମେ ୨୦୧୫ରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହୋଇଥିଲେ ।