ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିରରେ ଅମ୍ବାନି ପରିବାର । ଦେଶର ସବୁଠାରୁ ଧନି ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପରିବାର ରାମନବମୀରେ ସିଦ୍ଧି ବିନାୟକ ମନ୍ଦିର ପହଂଚିବା ପରେ ଘେରି ଯାଇଥିଲା ଗଣମାଧ୍ୟମ କ୍ୟାମେରା । କାରଣ ଅମ୍ବାନି ପରିବାର ସହ ଥିଲେ ଶ୍ଲୋକା ମେହଟା । ମୁକେଶଙ୍କ ବଡପୁଅ ଆକାଶ ଅମ୍ବାନିଙ୍କ ସହ ବିବାହ କରିବାକୁ ଯାଉଛନ୍ତି ଶ୍ଳୋକା । ଡିସେମ୍ବର ପ୍ରଥମ ସପ୍ତାହରେ ବିବାହ ନେଇ ସୂଚନା ଭିତରେ ଅମ୍ବାନି ପରିବାର ସହ ଶ୍ଳୋକାଙ୍କ ଉପସ୍ଥିତି ଚର୍ଚ୍ଚାକୁ ସରଗରମ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ହୀରା ବ୍ୟବସାୟୀ ରସେଲ ମେହେଟାଙ୍କ ସାନଝିଅ ଶ୍ଳୋକା ମେହଟାଙ୍କୁ ବୋହୁ କରିବା ପାଇଁ ସ୍ଥିର କରିଛନ୍ତି ମୁକେଶ ଅମ୍ବାନିଙ୍କ ପରିବାର । ଏଥିଲାଗି ମୁକେଶଙ୍କ ପରିବାର ସହ ଶ୍ଳୋକାଙ୍କୁ ବାରମ୍ବାର ଏକାଠି ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଡିସେମ୍ବର ୮ରୁ ୧୨ ତାରିଖ ମଧ୍ୟରେ ମୁମ୍ବାଇର ଓବରଏ ହୋଟେଲରେ ହୋଇପାରେ ଏହି ବହୁ ପ୍ରତିକ୍ଷିତ ବାହାଘର । ୪ରୁ ୫ଦିନ ଚାଲିବ ବିବାହ ଉତ୍ସବ । ଏଥିପାଇଁ ଶନିବାର ଗୋଆର ଏକ ପଂଚତାରକା ରିସୋର୍ଟରେ ଦୁଇ ପରିବାର ମଧ୍ୟରେ ଏକ ଔପଚାରିକ ଚିହ୍ନା ପରିଚୟ କାର୍ଯ୍ୟକ୍ରମର ବନ୍ଦୋବସ୍ତ ହୋଇଥିଲା । ଯେଉଁଠାରେ ଏକାଠି ସମୟ ବିତାଇଥିଲେ ଅମ୍ବାନି ଓ ମେହଟା ପରିବାରର ସଦସ୍ୟଙ୍କ ସହ କିଛି ନିକଟ ସଂପର୍କୀୟ ।
ରୋଜି ବ୍ଲୁ ଡାଇମଣ୍ଡ ମାଲିକ ରସେଲ ମେହଟାଙ୍କ ସାନଝିଅ ଶ୍ଳୋକା ଧୀରୁଭାଇ ଅମ୍ବାନି ଅନ୍ତର୍ଜାତୀୟ ସ୍କୁଲରେ ଆକାଶଙ୍କ ସହ ପାଠ ପଢୁଥିଲେ । ସେବେଠାରୁ ଦୁହିଁଙ୍କ ଭିତରେ ବନ୍ଧୁତା ପରିବର୍ତ୍ତୀ ସମୟରେ ପାରିବାରିକ ସଂପର୍କରେ ପରିଣତ ହୋଇଛି । ଆଉ ସେଦିନର ସ୍କୁଲ ସହପାଠୀ ଏବେ ଜୀବନ ସାଥୀ ହେବାକୁ ଯାଉଛନ୍ତି । ।