ଡିଆରଡିଓର କମାଲ : ୪୫ ଦିନରେ ଛିଡାହେଲା ୭ ମହଲା ବିଲ୍ଡିଂ, ଯେଉଁଠି ତିଆରି ହେବ ଭାରତର ଅତ୍ୟାଧୁନିକ ଫାଇଟର ଜେଟ ।

119

କନକ ବ୍ୟୁରୋ : ୪୫ ଦିନରେ ଛିଡା ହେଲା ୭ ମହଲା ବିଲ୍ଡିଂ । କମାଲ କରି ଦେଖାଇଲା ଡିଆରଡିଓ । କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରରେ ଏଭଳି ଏକ ବିଲ୍ଡିଂ ଛିଡା ହୋଇଛି । ଆଉ ଏହି ବିଲ୍ଡିଂକୁ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଦଘାଟନ କରିଛନ୍ତି । ଆଉ ସବୁଠୁ ବଡ କଥା ହେଲା, ଏହି ସୁଉଚ୍ଚ ବିଲ୍ଡିଂରେ ଆଡଭାନ୍ସ ମିଡିୟମ କମ୍ବାକ୍ଟ ଏୟାରକ୍ରାଫ୍ଟର ନିର୍ମାଣ ନିମନ୍ତେ ଗବେଷଣା ପାଇଁ ବ୍ୟବହାର କରାଯିବ ।

ଡିଆରଡିଓର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଅତ୍ୟାଧୁନିକ ଜ୍ଞାନକୌଶଳ ବଳରେ ବାଙ୍ଗାଲୋରରେ ରେକର୍ଡ ୪୫ ଦିନ ମଧ୍ୟରେ ୭ ମହଲା ବିଲ୍ଡିଂ ନିର୍ମାଣ ହୋଇଛି । ବିଭିନ୍ନ ଫାଇଟର ଜେଟ ଏବଂ ଏୟାରକ୍ରାଫ୍ଟ ଫ୍ଲାଇଟ କଣ୍ଟ୍ରୋଲ ସିଷ୍ଟମ ପାଇଁ ବ୍ୟବହୃତ ହେଉଥିବା ଏବୋନିକ୍ସ ଏହି ବିଲ୍ଡିଂରେ ହିଁ ବିକଶିତ ହେବ ।

ଭାରତ ନିଜର ଏୟାର ଡିଫେନ୍ସକୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ କରିବାକୁ ଷ୍ଟେଲଥ ଟେକ୍ନୋଲୋଜି ଜରିଆରେ ୫ମ ପିଢିର ଫାଇଟର ଜେଟକୁ ବିକଶିତ କରିବାକୁ ଏଏମସିଏ ପରିଯୋଜନା ଉପରେ କାମ କରୁଛି । ଏହି ପରିଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ତେବେ ଏହି ବିଲ୍ଡିଂକୁ ୪୫ ଦିନରେ ଶେଷ କରି ନୂଆ ରେକର୍ଡ କରିଛି ଡିଆରଡିଓ । କାରଣ ପୂର୍ବରୁ ୪୫ ଦିନରେ ଏତେ ବଡ ବିଲ୍ଡିଂ କେଉଁଠି କେବେ ହୋଇନାହିଁ ।