ଖାଦ୍ୟ ଭାବି କୁନି ଝିଅକୁ ପାଣିକୁ ଟାଣିନେଲା ସିଲ ! ଭିଡିଓ ହେଲା ଭାଇରାଲ

20

ସମୂଦ୍ର କୂଳରେ ବସି ସଲିକୁ ବ୍ରେଡ ଖୁଆଇବା ଏକ କୁନି ଝିଅ ପାଇଁ ମହଙ୍ଗା ପଡିଲା । ଟିିକିଏ ଧ୍ୟାନ ହଟିବାରୁ ସିଲଟି  କୁନି ଝିଅଟିକୁ ପାଣିକୁ ଟାଣିନେଲା । କାନାଡାରେ ଦେଖିବାକୁ ମିଳିଛି ଏହି ଲୋମଟାଙ୍କୁରା ଦୃଶ୍ୟ । କୁନି ଝିଅକୁ ଜଳ ମଧ୍ୟକୁ ଟାଣି ନେବା ଦୃଶ୍ୟର ଭିଡିଓ ହୋଇଛି ଭାଇରାଲ୍‌ । ଭିଡିଓରେ ଦେଖିବାକୁ ମିଳିଛି କୁନି ଝିଅଟି ପ୍ରଥମେ ସିଲକୁ ‘ହାଏ’ କହି ତା’ ସହିତ ଖେଳୁଛି । ପରେ ଝିଅଟି ତାକୁ ପଛ କରି ବସିଥିବା ବେଳେ ତା’ ଅଲକ୍ଷ୍ୟ ରେ ସିଲଟି ଦାନ୍ତରେ ଝିଅଟିର ଫ୍ରକକୁ କାମୁଡ଼ି ତାକୁ ପାଣି ଭିତରକୁ ଟାଣି ନେଉଛି।  ସୌଭାଗ୍ୟବଶତଃସମୟରେ ସେଠାରେ ଉପସ୍ଥିତ ଜଣେ ଲୋକ ତୁରନ୍ତ ପାଣଇ ଭିତରକୁ ଡେଇଁ ଝିଅଟିକୁ ଉପରକୁ ଆଣୁଛନ୍ତି ।

                                     ସୌଜନ୍ୟ- ନଇଦୁନିଆ