ଋତୁସ୍ରାବ ଜନିତ ଯନ୍ତ୍ରଣା ପାଇଁ ଛୁଟି ପ୍ରସଙ୍ଗ, ଫେବ୍ରୁଆରୀ ୨୪ରେ ସୁପ୍ରିମକୋର୍ଟରେ ହେବ ଶୁଣାଣି ।

105

କନକ ବ୍ୟୁରୋ: ଛାତ୍ରୀ ଏବଂ ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ନିଜ ନିଜ କର୍ମସ୍ଥଳରେ ଋତୁସ୍ରାବ ଯନ୍ତ୍ରଣା ପାଇଁ ଛୁଟି ମିଳିବା ପ୍ରସଙ୍ଗରେ ସୁପ୍ରିମ‌କୋର୍ଟ ଆସନ୍ତା ଫେବ୍ରୁଆରି ୨୪ରେ ଏକ ଆବେଦନର ଶୁଣାଣି କରିବେ। ମହିଳା ଛାତ୍ରୀ ଏବଂ ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଯନ୍ତ୍ରଣା ପାଇଁ ଛୁଟି ଦେବାକୁ କେନ୍ଦ୍ର ସରକାର ଏବଂ ରାଜ୍ୟମାନେ ସ୍ୱତନ୍ତ୍ର ନିୟମ ଆଣିବାପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ଉକ୍ତ ଆବେଦନର ଜରୁରୀ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା।

କୋର୍ଟ ଆସନ୍ତା ଫେବ୍ରୁଆରି ୨୪ ତାରିଖରେ ଏହି ଆବେଦନ ଉପରେ ଶୁଣାଣି କରିବେ। ଦିଲ୍ଲୀ ଆଇନଜୀବୀ ଶୈଳେନ୍ଦ୍ର ମାନି ତ୍ରିପାଠୀ ସୁପ୍ରିମକୋର୍ଟରେ ଏନେଇ ଆବେଦନ କରିଥିଲେ।