ଦେଶର ସବୁଠୁ ବଡ ବ୍ୟାଙ୍କ ଦେଲା ଝଟକା । ଲୋନ୍ ଦେବା ହେଲା ମହଙ୍ଗା । ଜାଣନ୍ତୁ କେତେ ବଢିଲା ଇଏମଆଇ

3,334

କନକ ବ୍ୟରୋ: ଦେଶର ସବୁଠାରୁ ଅଧିକ ଲେଣଦେଣ କରୁଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କୁ ଝଟକା ଦେଇଛି । ବ୍ୟାଙ୍କ ଋଣ ଦେଉଥିବା ମାର୍ଜିନାଲ କଷ୍ଟ ଅଫ୍ ଲେଣ୍ଡିଙ୍ଗ ରେଟ୍ ବା (ଏମସିଏଲଆର)ର ଦରରେ ବୃଦ୍ଧି କରିଛି । ଫଳରେ ଏସବିଆଇ ଠାରୁ ଏଣିକି ଲୋନ୍ ନେବା ଗ୍ରାହକଙ୍କ ପାଇଁ ମହଙ୍ଗା ହେବ । ଋଣ ଉପରେ ଅଧିକ ଇଏମଆଇ ଦେବାକୁ ପଡିବ । ଏହା ୦.୧୦ ପ୍ରତିଶତ ବଢିଛି ।

ଚଳିତ ସାଧାରଣ ବଜେଟ୍ ପରେ ରେପୋ ରେଟ୍ ବଢାଇଛି ଆରବିଆଇ । ଫଳରେ ଏହା ଅଧିନରେ ଥିବା ବ୍ୟାଙ୍କ ଗୁଡିକ ଉପରେ ଏହାର ପ୍ରଭାବ ପଡିଛି । ଯାହା ଫଳରେ ବ୍ୟାଙ୍କ ଗୁଡିକ ରେପୋ ରେଟ୍ ଭାରକୁ ସହିବାକୁ ନିଜ ଗ୍ରାହକଙ୍କୁ ଦେଉଥିବା ଋଣ ଉପରେ ସୁଧ ହାର ବଢାଇଛି । ଗ୍ରାହକଙ୍କୁ ଋଣ ଉପରେ ଅଧିକ ସୁଧ ହାର ଦେବାକୁ ପଡିବ । ଏହି ଦର ଫେବ୍ରୁଆରୀ ୧୫ ତାରିଖରୁ ଲାଗୁ ହୋଇଛି ।