ସମୁଦ୍ରରେ ବୁଡ଼ିଯିବ ଅନେକ ବଡ଼ ସହର ! ଜଳସ୍ତର ବଢିଲେ କ’ଣ ହେବ ସମସ୍ୟା ? ଜଳବାୟୁ ପରିବର୍ତ୍ତନ ଉପରେ ଜାତିସଂଘର ରିପୋର୍ଟକୁ ଚର୍ଚ୍ଚା

141

କନକ ବ୍ୟୁରୋ : ସମୁଦ୍ର ଗର୍ଭରେ ବିଲୀନ ହୋଇଯିବ ମୁମ୍ବାଇ ସମେତ ବିଶ୍ୱର ଅନେକ ବଡ ବଡ ସହର । କଥାଟି ବିଶ୍ୱାସ ହେଉନଥିଲେ ବି ଏହା ସତ । ଏନେ ଜାତିସଂଘ ପକ୍ଷରୁ ରିପୋର୍ଟ ପ୍ରକାଶ କରିଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ତାପମାତ୍ରା କ୍ରମଶଃ ବଢିବାରେ ଲାଗିଛି । ଯାହା ଫଳରେ ଏଭେରେଷ୍ଟ ଭଳି ବଡ ବଡ ବରଫ ପାହାଡ ତରଳିବା ସହ ସମୁଦ୍ରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ସମୁଦ୍ରର ଜଳସ୍ତର ବଢିବା ଯୋଗୁ କିଛି ସହର ଏବେ ପାଣିରେ ମିଶି ଯାଇଥିବା ବେଳେ ଆଗାମୀ ଦିନରେ ଆଉ କିଛି ବଡ ବଡ ସହର ପାଣିରେ ବିଲୀନ ହୋଇଯିବ ବୋଲି ଆକଳନ କରିଛି ଜାତିସଂଘ । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହେବେ ଭାରତ, ଚୀନ, ବାଂଲାଦେଶ ଓ ନେଦରଲାଣ୍ଡ୍ସ । ପ୍ରାୟ ୨୫ କୋଟିରୁ ୪୦ କୋଟି ଲୋକ ସେମାନଙ୍କ ବାସଗୃହ ହରାଇବେ ଏବଂ ପାୟ ୯୦ କୋଟି ଲୋକ ପ୍ରଭାବିତ ହେବେ ବୋଲି ରିପୋର୍ଟ ପ୍ରକାଶ କରିଛି ଜାତିସଂଘ । ଆଉ ଜାତିସଂଘ ଏଭଳି ରିପୋର୍ଟ ପରେ ସମୂଦ୍ରକୂଳରେ ଘର କରିଥିବା ଲୋକଙ୍କ ମନରେ ଛନକା ପଶିଯାଇଛି ।

ବୁଡିଯିବ ତଟବର୍ତ୍ତୀ ବଡ଼ ବଡ଼ ସହର !

– ସମୁଦ୍ର ଗର୍ଭରେ ବିଲିନ ହେବ ମୁମ୍ବାଇ ସମେତ ବିଶ୍ୱର ୭ ସହର
– ବୁଡ଼ିଯିବ ମୁମ୍ବାଇ, ବ୍ୟାଙ୍କକ୍, ଲଣ୍ଡନ, ସାଂଘାଇ, ନ୍ୟୁୟର୍କ, ବୁଏନସ୍ ଏୟାର୍ସ ସହର
– ୮୦ ବର୍ଷ ମଧ୍ୟରେ ବୁଡିଯିବ ଏସବୁ ସହର
– ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ୯୦ କୋଟି ଲୋକେ ପ୍ରଭାବିତ ହେବେ
– ଧିରେ ଧିରେ ପୃଥିବୀର ତାପମାତ୍ରା ବଢୁଥିବାରୁ ଏଭଳି ସମସ୍ୟା ଦେଖାଯିବ
– ଭାରତ, ବାଂଲାଦେଶ, ଚୀନ, ନେଦରଲାଣ୍ଡ୍ସ ପ୍ରତି ରହିଛି ଅଧିକ ବିପଦ
– ତଟବର୍ତ୍ତୀ ଅଞ୍ଚଳର ୨୫ରୁ ୪୦ କୋଟି ଲୋକ ବାସଗୃହ ହରାଇବେ
– ହାରାହାରି ଜଳସ୍ତରଠୁ ତିନି ଗୁଣା ବଢିଛି ସମୁଦ୍ର ଜଳସ୍ତର
– ୧୯୦୦ ମସିହାରୁ ଦ୍ରୁତ ଗତିରେ ବଢୁଛି ଜଳସ୍ତର
– ଗତ ୩ ହଜାର ବର୍ଷ ମଧ୍ୟରେ ଏହା ଦ୍ରୁତତମ
– ଆଗୀମୀ ୧୦୦ ବର୍ଷରେ ନିଶ୍ଚିହ୍ନ ହୋଇଯିବ ଅନେକ ତଳିଆ ରାଷ୍ଟ୍ର
– ୨୦୫୦ ସୁଦ୍ଧା ତଳିଆ ଦେଶରେ ସମୂଦ୍ରର ଜଳସ୍ତର ଏକ ମିଟର ବଢିବ
– ଫିଜି, ଭାନୁଆଟୁ, ସୋମାଲୋମାନ ଦ୍ୱୀପରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି
– ସେଠାକାର ଲୋକେ ଏବେ ଅନ୍ୟତ୍ର ପଳାୟନ କରୁଛନ୍ତି

ଜଳସ୍ତର ବଢିଲେ କ’ଣ ହେବ ସମସ୍ୟା ?

– ପ୍ରାୟ ୪୦ କୋଟି ଲୋକଙ୍କୁ ନୂଆ ଘର ସନ୍ଧାନ କରିବାକୁ ପଡିବ
– ସମଗ୍ର ବିଶ୍ୱରେ ଦେଖାଯିବ ଗଣପଳାୟନ
– କୃଷି, ମତ୍ସ୍ୟଚାଷ, ପର୍ଯ୍ୟଟନ କ୍ଷେତ ଅଧିକ ପ୍ରଭାବିତ ହେବ
– ନିଯୁକ୍ତି, ଅର୍ଥବ୍ୟସ୍ଥା ଗୁରୁତର ପ୍ରଭାବିତ ହେବ
– ପାନୀୟ ଜଳ, ଜମି ଓ ଅନ୍ୟାନ୍ୟ ସମ୍ବଳ ପାଇଁ ଦେଶ-ଦେଶ ମଧ୍ୟରେ ହେବ ପ୍ରତିନ୍ଦ୍ୱନ୍ଦିତା
– ସମୂଦ୍ରର ଜଳସ୍ତର ବଢିଲେ ଚାଡିଆଡେ ମାଡିଯିବ ଲୁଣାପାଣି
– ପ୍ରଭାବିତ ହେବ ଲକ୍ଷ ଲକ୍ଷ ହେକ୍ଟର ଚାଷଜମି
– ନୀଳ, ମେକୋଙ୍ଗ ଭଳି ବଡ ବଡ ନଦୀପାଶ୍ୱର୍ ଚାଷଜମି ଉର୍ବରତା ହରାଇବ
– ଜଳସ୍ତର ବୃଦ୍ଧି ଯୋଗୁ ନିରାପତା, ଆନ୍ତର୍ଜାତୀୟ ଆଇନ, ମାନବଅଧିକାର ପ୍ରଭାବିତ ହେବ
– ବଢୁଥିବା ସମୂଦ୍ରର ଜଳସ୍ତରକୁ ନେଇ ବିଶ୍ୱରେ ଅସ୍ଥରତା, ବିବାଦ ବଢୁଛି : ଜାତିସଂଘ
– ଜାତିସଂଘର ଦୁଇ ତୃତୀୟାଂଶ ସଦସ୍ୟ ରାଷ୍ଟ୍ର ଏଥିରେ ପ୍ରଭାବିତ ହେବେ