ଭୁଲରେ ଲୋକଙ୍କ ଖାତାକୁ ୧୩ଶହ କୋଟି ଟଙ୍କା ଛାଡିଦେଲା ବ୍ୟାଙ୍କ । ବଢିଲା ଟଙ୍କା ଫେରିନପାଇବାର ଚିନ୍ତା

454

କନକ ବ୍ୟୁରୋ : ଯଦି ଆପଣଙ୍କ ବ୍ୟାଙ୍କ ଖାତାକୁ ଅଚାନକ ପୁଳା ପୁଳା ଟଙ୍କା ଚାଲିଆସେ ତେବେ ଆପଣ କଣ କରିବେ? ଯଦି ଏହ ଟଙ୍କା ବ୍ୟାଙ୍କ ତରଫରୁ ଆପଣଙ୍କ ଖାତକୁ ଆସିଥିବା ଜାଣିବେ ତେବେ ଆପଣ କଣ କରିବେ? ଏହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ଠିକ୍ ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ୟୁକେରେ ।
ୟୁକେର ସାନ୍ତାନ୍ଦର ବ୍ୟାଙ୍କ ପ୍ରାୟ ୭୫ ହଜାର ଲୋକଙ୍କ ନିକଟକୁ ଭୁଲବସତଃ ଟଙ୍କା ପଠାଇଛି । ବର୍ତ୍ତମାନ ସେହି ଟଙ୍କାକୁ କେମିତି ଫେରସ୍ତ ପାଇବ ବ୍ୟାଙ୍କ ଆଗରେ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ସବୁଠୁ ବଡକଥା ହେଉଛି ବ୍ୟାଙ୍କ ତା’ ନିଜ ଗ୍ରାହକଙ୍କ ପାଖକୁ ଏହି ଟଙ୍କା ପଠାଇନାହିଁ ଅନ୍ୟ ବ୍ୟାଙ୍କର ଗ୍ରାହକଙ୍କୁ ଏହି ଟଙ୍କା ପଠାଇଦେଇଛି । ଏଚଏସବିସି, ନାଟ୍ ୱେଷ୍ଟ୍, କୋ-ଅପରେଟିଭ୍ ଭଳି ଅନ୍ୟ କେତେକ ବ୍ୟାଙ୍କର ଗ୍ରାହକଙ୍କ ଖାତାକୁ ଏହି ଟଙ୍କା ପଠାଇଦେଇଛି । ଏହି ଘଟଣା ଡିସେମ୍ବର ୨୫ ତାରିଖର ।
ତେବେ ୭୫ହଜାର ଗ୍ରାହକଙ୍କ ଖାତାକୁ ପ୍ରାୟ ୧୩୦ ମିଲିୟନ ବା ୧୩ଶହ କୋଟି ଟଙ୍କା ପଠାଯାଇଛି । ଅନ୍ୟ ବ୍ୟାଙ୍କ ଖାତାଧାରୀଙ୍କ ନିକଟକୁ ଏହି ଟଙ୍କା ଚାଲିଯାଇଥିବାରୁ ବର୍ତ୍ତମାନ ବ୍ୟାଙ୍କର ଚିନ୍ତା ବଢିଯାଇଛି । ଟଙ୍କା ଫେରି ନପାଇବାର ଭୟ ବଢିବାରେ ଲାଗିଛି । କାରଣ ଲୋକେ କ୍ରିଷ୍ଟମାସ ପାଇଁ ଏହାକୁ ଖର୍ଚ୍ଚ କରିଦେଇଛନ୍ତି ।
ସେପଟେ ବ୍ୟାଙ୍କ ଏକ ବୟାନ ଜାରିକରି କହିଛି, ଯାନ୍ତ୍ରୀକ ତ୍ରୁଟି କାରଣରୁ ଟଙ୍କା ଅନ୍ୟ ଅକାଉଣ୍ଟକୁ ଚାଲିଯାଇଛି । ତେଣୁ ଟଙ୍କା ଫେରାଇଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଛି ବ୍ୟାଙ୍କ୍