କାହିଁକି ହେଲା ସୁସ୍ମିତା ସେନଙ୍କ ବ୍ରେକଅପ୍ ? ଯନ୍ତ୍ରଣା ବଖାଣିଲେ ଅଭିନେତ୍ରୀ ।

272

କନକ ବ୍ୟୁରୋ: ନିକଟରେ ଅଭିନେତ୍ରୀ ତଥା ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ବ୍ରେକଅପ୍ ଖବର ଚର୍ଚ୍ଚାକୁ ଆସିଛି । ନିଜ ବନ୍ଧୁ ରେହମାନ୍ ସଲଙ୍କ ସହ ଥିବା ତାଙ୍କର ଦୀର୍ଘ ଦିନ ସମ୍ପର୍କରେ ଦୂରତା ଆସିଛି । ଏହି ଦୂରତା ଏବେ ସମ୍ପୂର୍ଣ୍ଣ ବିଚ୍ଛେଦର ରୂପ ନେଇଛି । ତେବେ ଏହି ଘଟଣା ସୋସିଆଲ ମିଡିଆରେ ଆସିବା ପରେ ସୁସ୍ମିତାଙ୍କ ପ୍ରଶଂସକଙ୍କୁ ଝଟକା ଲାଗିଥିଲା । ଏପରି କାହିଁକି ହେଲା ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ ଅନେକ ଫ୍ୟାନ୍ । ଏହାର ଉତ୍ତର ବି ପରୋକ୍ଷରେ ଦେଇଛନ୍ତି ସୁସ୍ମିତା ।

ସେ କହିଛନ୍ତି ଅମେ ସେଲିବ୍ରିଟି ମାନେ ଯେଉଁ ସ୍ତରରେ ପହଞ୍ଚିଛୁ ସେହି ସ୍ତରରେ ପହଞ୍ଚିବା ପାଇଁ ମୁଖ୍ୟ ଅବଦାନ ରହିଛି ଫ୍ୟାନ ମାନଙ୍କର । ତଥାପି ପ୍ରତିଟି ସମ୍ପର୍କକୁ ସେ ନିଖୁଣ ଭାବେ ଗଢିଛନ୍ତି । ପ୍ରେମ ପ୍ରସଙ୍ଗରେ ମଧ୍ୟ ସେ ଖୁବ ସଚେତନ । ଏହାକୁ ମଜବୁତ୍ କରିବାକୁ ସେ ତାଙ୍କର ଶତ ପ୍ରତିଶତ ଚେଷ୍ଟା ଦେଇଥିଲେ । ହେଲେ ସବୁ ସମ୍ପର୍କକୁ ଅପର ପକ୍ଷେ ଯେ ଠିକ ଭାବେ ଗ୍ରହଣ କରିବା ତାହା କହିହେବ ନାହିଁ । କାରଣ ସମୟ ସ୍ରୋତରେ ବଦଳି ଯାଏ ମଣିଷର ମନ । ହେଲେ ସେ ପରିବର୍ତ୍ତନ ଅନେକ ସମୟରେ ଏପରି ଯନ୍ତ୍ରଣା ଦିଏ ଯାହା କହିବା କଷ୍ଟକର । ଏପରି ଯନ୍ତ୍ରଣାର ନିଆଁକୁ ମନ ଭିତରେ ଲୁଚାଇ ରଖି ଛଟପଟ ହେବା ଅପେକ୍ଷା ବରଂ ଏହାକୁ ଦୂରେଇ ଦେବା ଉଚିତ ବୋଲି ଭାବିଲି । ତେଣୁ ଆମ ଦୁହିଁଙ୍କ ଭିତରେ ବ୍ରେକ୍ ଅପ୍ କରିବାକୁ ନିଷ୍ପତ୍ତିି ନେଲି ବୋଲି ଏକ ଗଣ ମାଧ୍ୟମର ସାକ୍ଷାତକାରରେ କହିଛନ୍ତି ସୁସ୍ମିତା । ପ୍ରେମକୁ ଯେପରି ୧୦୦ ପ୍ରତିଶତ ଗୁରୁତ୍ୱ ଦେଇଥିଲେ ବିଚ୍ଛେଦକୁ ମଧ୍ୟ ସେପରି ୧୦୦ ପ୍ରତିଶତ ଗମ୍ଭରତାର ସହ ଗ୍ରହଣ କରିଛନ୍ତି ବୋଲି ମଧ୍ୟ କହିଛନ୍ତି ସୁସ୍ମିତା ।