ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍: ବାଦ୍ ପଡିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ, ସାମିଲ ହେଲେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ।

166

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ ଏହି ସିରିଜରୁ ବାଦ୍ ପଡିଛନ୍ତି । ତାଙ୍କ ବଦଳରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରିଛି ସିଲେକ୍ସନ କମିଟି ।

କେ ଏଲ ରାହୁଲ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳରେ ସ୍ଥାନ ପାଇଥିଲେ । ହେଲେ ଫିଟନେସ୍ ସମସ୍ୟା କାରଣରୁ ସେ ମ୍ୟାଚ୍ ଖେଳିବେ କି ନାହିଁ ସେନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ନିକଟରେ ସେ କୋଭିଡରେ ସଂକ୍ରମିତ ହୋଇଥିଲେ, ତେଣୁ ମେଡିକାଲ ଟିମ୍ ତାଙ୍କୁ ଏବେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛି । ଏହାପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରୁ କେ ଏଲ୍ ରାହୁଲ ବାଦ୍ ପଡିଛନ୍ତି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରେ ସଞ୍ଜୁ ସାମସନ୍ ସ୍ଥାନ ପାଇଥିଲେ । ଏହି ସିରିଜରେ ସେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । ତେଣୁ ତାଙ୍କୁ ପୁରସ୍କାର ସ୍ୱରୂପ ଏବେ ଟି-୨୦ ସିରିଜରେ ମଧ୍ୟ ସାମିଲ କରାଯାଇଛି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଷାନ, ସଞ୍ଜୁ ସାମସନ୍, ସୂର୍ଯ୍ୟ କୁମାର ଯାଦବ, ଦୀପକ ହୁଡା, ଶ୍ରେୟାସ ଆୟର, ଦିନେଶ କାର୍ତ୍ତିକ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱିନୀ, ରବି ବଷ୍ଣୋଇ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଆଭେସ ଖାନ୍, ହର୍ଷଲ ପଟେଲ, ଅର୍ଶଦୀପ ସିଂହ