ଆୟୁଷ୍ମାନରେ ଯୋଜନାରେ ସାମିଲ ହେବ କି ଓଡ଼ିଶା ? ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କ କହିଲେ, ଜନସାଧାରଣଙ୍କ ସ୍ୱାର୍ଥ ଗୁରୁତ୍ୱପର୍ଣ୍ଣ . . .ଏହା ଉପରେ ଅଧିକ ତର୍କବିତର୍କ କରାନଯାଉ

592

କନକ ବ୍ୟୁରୋ : ଆୟୁଷ୍ମାନରେ ଯୋଜନାରେ ସାମିଲ ହେବ କି ଓଡ଼ିଶା ? କାଳିଆ ଓ ପିଏମ କିଷାନ ଯୋଜନାର ମିଶ୍ରଣ ପରେ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆୟୁଷ୍ମାନ୍ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ ଯୋଜନାର ମିଶ୍ରଣ ନେଇ ଗତକାଲି ବିଜେଡ଼ି ସାଂସଦ ଅମର ପ ଟ୍ଟନାୟକ ସକରାତ୍ମକ ବୟାନ ଦେଇଥିବା ବେଳେ ଆଜି ଏନେଇ ବିଜେଡି ସାଧାରଣ ସମ୍ପାଦକ ନେତା ସଂଜୟ ଦାସ ବର୍ମାଙ୍କ ପ୍ରତିକ୍ରିୟା ଦେଇଛନ୍ତି ।

ସଂଜୟ ଦାସ ବର୍ମା କହିଛନ୍ତି, ଜନସାଧାରଣଙ୍କ ସ୍ୱାର୍ଥ ସରକାରଙ୍କ ପାଇଁ ସର୍ବୋପରି । ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ ହେବ କି ନାହିଁ,ସରକାର ନିଷ୍ପତି ନେବେ । ତେଣୁ କିଏ ଦଉଚି କିଏ ନଉଛି,ସେଥିପାଇଁ ତର୍କବିତର୍କ କରିବା ଉଚିତ୍ ନୁହେଁ । ଜନସାଧାରଣଙ୍କ ପ୍ରତି ଯେଉଁ କର୍ତ୍ତବ୍ୟ ରହିଛି ତା’ଉପରେ ଦୃଷ୍ଟି ଦେବା ଉଚିତ । ଜନତାଙ୍କ ପାଇଁ କିଛି କାର୍ଯ୍ୟ ରାଜ୍ୟ ସରକାର ନିର୍ବାହ କରନ୍ତି । ଆଉ କିଛି କାର୍ଯ୍ୟ କେନ୍ଦ୍ର ସରକାର ନିର୍ବାହ କରନ୍ତି । ଅନ୍ୟପଟେ ରାଜନୀତିରୁ ଉର୍ଦ୍ଧ୍ୱକୁ ଯାଇ ଅନ୍ୟ କିଛି କାମ କେନ୍ଦ୍ର ଓ ରାଜ୍ୟ ମିଳିିତ ଭାବେ ନିର୍ବାହ କରନ୍ତି । ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାର, ସମସ୍ତେ ଅଙ୍ଗୀକାରବଦ୍ଧ । ଜନତାଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟ ଆମର ପ୍ରାଧାନ୍ୟ ।

ସେପଟେ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆୟୂଷ୍ମାନ ଯୋଜନା ଓଡିଶାରେ ଲାଗୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହି ଯୋଜନାରେ ରାଜ୍ୟବାସୀ ଉପକୃତ ହେବେ ବୋଲି କହିଥିଲେ ହର୍ଷବର୍ଦ୍ଧନ । କେବଳ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ନୁହଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଦ୍ୟ ଆୟୁଷ୍ମାନ୍ ଯୋଜନାରେ ଓଡ଼ିଶା ଖୁବ ଶୀଘ୍ର ସାମିଲ ହେଉ ଓ ଓଡ଼ିଶା ବାହାରେ ରହୁଥିବା ଲୋକେ ଉପକୃତ ହୁଅନ୍ତୁ ବୋଲି କହିଥିଲେ ।