‘ସାବାସ ବିଜୁ’ ର ଆଜି ସ୍ପେଶାଲ ସ୍କ୍ରିନିଂ : ବିଜୁ ବାବୁଙ୍କ ଦ୍ୱାରା ଅନୁପ୍ରାଣିତ ଏକ ବାଳକର କାହାଣୀ ଉପରେ ଆଧାରିତ ହୋଇଛି ଫିଲ୍ମ

37

କନକ ବ୍ୟୁରୋ : ସାବାସ ବିଜୁ ଚଳଚ୍ଚିତ୍ରର ଆଜି ସ୍ପେଶାଲ ସ୍କ୍ରିନିଂ । ଜୟଦେବ ଭବନରେ ମୁଭିର ସ୍ପେଶାଲ ସ୍କ୍ରିନିଂ ଚାଲିଛି ।

ବିଜୁ ବାବୁଙ୍କ ଦ୍ୱାରା ଅନୁପ୍ରାଣିତ ଏକ ବାଳକର କାହାଣୀ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ ।

ବିଜୁ ବାବୁଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ, ସାହସ ଓ ପରୋପକାର ଗୁଣରେ ପ୍ରଭାବିତ ହୋଇ ବାଳକଟି କିପରି ବିଭିନ୍ନ ସାମାଜିକ ସେବା, ଜନକଲ୍ୟାଣ ଓ ସାମାଜିକ ପରିବର୍ତ୍ତନ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛି ତାହା ଏହି ଚଳଚ୍ଚିତ୍ରରେ ଦେଖାଯାଇଛି ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ତୋଷ ପଣ୍ଡା । ଫିଲ୍ମରେ ଅଭିନୟ କରିଥିବା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।