କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । କେନ୍ଦ୍ର ଓ ରାଜ୍ୟ ସରକାର କରୋନା ନିୟମ ପାଳନ କରିବାକୁ ଗୁରୁତ୍ୱ ଦେଉଥିବା ବେଳେ ଗ୍ରାମାଳରେ ଏହାର ଉଲ୍ଲଘଂନ ହେଉଥିବା ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରେ ଥିବା ସାପ୍ତାହିକ ହାଟରେ କୋଭିଡ଼ ନିୟମ ଉଲ୍ଲଘଂନ କରୁଛନ୍ତି ଲୋକେ । କଟକ ଜିଲ୍ଲା ନିଆଳି ସାପ୍ତାହିକ ହାଟରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍ ।
କିଛି ସ୍ଥାନରେ ପୋଲିସ ମାସ୍କ ଚେକିଂ କରୁଥିବା ବେଳେ କିଛି ସ୍ଥାନରେ ଲୋକେ ସାମାଜିକ ଦୂରତା ମାନୁନଥିବା ଦେଖିବାକୁ ମିଳିଛି । ଅମାନିଆଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ଛକ ସ୍ଥାନରେ ପୋଲିସ ମାସ୍କ ଚେକିଂ କରି ଫାଇନ ଆଦାୟ କରୁଥିବା ଦେଖିବାକୁ ମିଳିଛି । ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଗ୍ରାମାଞ୍ଚଳ ଗୁଡ଼ିକରେ ମାସ୍କ ଚେକିଂ କରାଯାଉଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/vlcsnap-2022-01-10-17h19m03s148.png)