ରାଜ୍ୟକୁ ଗର୍ବିତ କଲେ ଓଡ଼ିଆ ଝିଅ ! ସର୍ବଭାରତୀୟ ଅର୍ଥନୈତିକ ସେବା ପରୀକ୍ଷାରେ ସାରା ଦେଶରେ ତୃତୀୟ ହେଲେ ମନୀଷା

29

କନକ ବ୍ୟୁରୋ : ଆଇଇଏସ୍ ବା ସର୍ବଭାରତୀୟ ଅର୍ଥନୈତିକ ସେବା ପରୀକ୍ଷାରେ ସାରା ଦେଶରେ ତୃତୀୟ ଓଡିଆ ଝିଅ । ଇସ୍ପାତ ନଗରୀ ରାଉରକେଲାର ଝିଅ ମନୀଷା ଖୁଂଟିଆଙ୍କ ସଫଳତାରେ ଗର୍ବିତ ତାଙ୍କ ପରିବାର ଓ ସାରାରାଜ୍ୟ । ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସାରା ଭାରତରେ ତୃତୀୟ ରାଙ୍କ ପାଇଛନ୍ତି ଏହି ଏକମାତ୍ର ଓଡିଆ ଝିଅ । ଯାଜପୁର ରୋଡ ଛୋଟରାୟପୁର ମୂଳ ବାସିନ୍ଦା ବିଜୟ ଖୁଂଟିଆଙ୍କ ଝିଅ ମନୀଷା ଏବେ ଜେଏନୟୁରେ ପିଏଚଡି କରୁଛନ୍ତି । ପିଲାଟି ଦିନରୁ ଖୁବ ମେଧାବୀ ଥିବା ମନୀଷା ଅର୍ଥନୀତି ବିଜ୍ଞାନରେ ପିଜି ଓ ଏମଫିଲ କରିଛନ୍ତି । ଏହି ବିରଳ ସଫଳତା ପାଇଁ ମନୀଷାଙ୍କୁ ଦିଲ୍ଲୀସ୍ଥିତ ଉତ୍କଳ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।