ତପ୍ତପାଣି ଘାଟିରେ ଓଲଟିଲା ରେଭେନ୍ସା ବିଶ୍ୱବିଦ୍ୟାଳୟ ପିକନିକ୍ ବସ୍ । ୨୫ରୁ ଅଧିକ ଛାତ୍ରଛାତ୍ରୀ ଆହତ, ଉଦ୍ଧାରକାର୍ଯ୍ୟ ଜାରି ।

7,478

କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ ବଡ ଅଘଟଣ । ବ୍ରହ୍ମପୁର ତପ୍ତପାଣି ଘାଟିରେ ଓଲଟିଲା ପିକନିକ୍ ବସ୍ । ଭାରସମ୍ୟ ହରାଇ ବସଟି ଓଲଟି ପଡିଥିବା ବେଳେ ୨୫ ଜଣରୁ ଅଧିକ ଛାତ୍ରଛାତୀ ଏଥିରେ ଆହତ ହୋଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ପିକନିକରୁ ଫେରୁଥିବା ବେଳେ ଏଭଳି ଅଘଟଣ ହୋଇଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମସିଏ ବିଭାଗର ଛାତ୍ରଛାତ୍ରୀ ପିକନିକ୍ କରିବାକୁ ଯାଇଥିଲେ । ତେବେ ପିକନିକ୍ ସାରି ଫେରୁଥିବା ବେଳେ ତପ୍ତପାଣି ଘାଟିରେ ଭାରସମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା ବସ୍ । ଏହି ଦୁର୍ଘଟଣାରେ ୨୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତେବେ ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ।