କେମିତି ଥିଲା ନିଜର ପୁରୁଣା ବାଇକ ସହ ସଂଘର୍ଷର କାହାଣୀ ? ଟ୍ୱିଟରରେ ଫଟୋ ସେୟାର କରି ପୁରୁଣା କଥାକୁ ମନେ ପକାଇଲେ କନ୍ଧମାଳ ସାଂସଦ

1,161

କନକ ବ୍ୟୁରୋ: କେମିତି ଥିଲା ନିଜର ପୁରୁଣା ବାଇକ ସହ ସଂଘର୍ଷର କାହାଣୀ । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏହାକୁ ନେଇ ନିଜର ଏକ ପୁରୁଣା ସ୍ମୃତିକୁ ଟ୍ୱିଟରରେ ସେୟାର କରିଛନ୍ତି । ନିଜ ସାଙ୍ଗଙ୍କର ଏକ ଦାମୀ ବାଇକରେ ବସିଥିବାର ଫଟୋ ସହ ଅଚ୍ୟୁତ ଲେଖିଛନ୍ତି ଯେ ଏହି ବାଇକଟି ତାଙ୍କଠାରୁ ବଡ଼ ଓ ଓଜନିଆ ।

ଏଭଳି ବାଇକ କିଣୁଥିବା ତାଙ୍କର ଜଣେ ବନ୍ଧୁଙ୍କ ଅନୁରୋଧରେ ସେ ଏହାକୁ ଚଳାଉଛନ୍ତି। କିନ୍ତୁ ଦିନେ ଏମିତି ସମୟ ଥିଲା ଯେତେବେଳେ କି ସେ ପ୍ରତିଦିନ ୫୦ କିଲୋମିଟର ଯିବାଆସିବା କରୁଥିଲେ । ସେତେବେଳେ ତାଙ୍କ ସାଥି ପାଲଟିଥିଲା ହିରୋହୋଣ୍ଡା ସିଲ୍କ ବାଇକ୍। କିଟ ବିଶ୍ୱବିଦ୍ୟାଳୟ ଓ କିସ ସ୍ଥାପନ କରିବା ପାଇଁ ପ୍ରତିଦିନ ବାଇକରେ ୫୦ କିଲୋମିଟର ଯାତ୍ରା କରୁଥିଲେ ।

ଏହି ବାଇକର ବିଶେଷତ୍ୱ

ଫଟୋରେ ସାଂସଦ ଅଚ୍ୟୁତ ସାମନ୍ତ ଚଳାଉଥିବା ଏହି ବାଇକଟି ହୋଣ୍ଡା କମ୍ପାନିର ହୋଇଥିବାବେଳେ ଏହାର ନାମ ହେଉଛି ଗୋଲଡ ବିଙ୍ଗ । ଏହି ବାଇକରେ ୧୮୩୩ ସିସିର ଇଂଜିନ ଥିବାବେଳେ ୧ ଲିଟର ପେଟ୍ରୋଲରେ ଏହା ୧୪ କିଲୋମିଟର ଯାଏଁ ଯାତ୍ରା କରିଥାଏ । ଗୋଲଡ ବିଙ୍ଗର ମୂଲ୍ୟ ୩୦ ଲକ୍ଷ ଟଙ୍କା ହୋଇଥିବାବେଳେ ୧୯୭୫ ମସିହାରେ ଏହି ଗାଡିକୁ ଲଞ୍ଚ କରାଯାଇଥିଲା । ତେବେ କେବଳ କ୍ୟାଣ୍ଡି ରେଡ ରଙ୍ଗରେ ଏହି ଗାଡିଟି ଉପଲବ୍ଧ ହୋଇଥାଏ ।