ଶିକ୍ଷକ ହେବାକୁ ସ୍ୱପ୍ନ ରଖିଛନ୍ତି କି ? ଶିକ୍ଷକତା ପାଇଁ ବାହାରି ଯାଇଛି ବିଜ୍ଞପ୍ତି, ୨୫୦୦ ଶିକ୍ଷକତା ପଦବୀ ପାଇଁ ଆସିଯାଇଛି ନିଯୁକ୍ତି ସୁଯୋଗ । 

72

ସରକାରୀ ବିଦ୍ୟାଳୟ ଗୁଡିକରେ ଅଗଷ୍ଟ ପହିଲାରୁ ପ୍ରାୟ ୨୫୦୦ ଶିକ୍ଷକ ପଦବୀରେ ନିଯୁକ୍ତି ହେବାକୁ ଯାଉଛି । ସରକାରଙ୍କଠାରୁ ନିର୍ଦ୍ଦେଶ ପାଇବା କ୍ଷଣି ଶିକ୍ଷାବିଭାଗ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ପୂରଣକୁ ନେଇ ଚଳଚଞ୍ଚଳ ହୋଇପଡିଛି । ଶିକ୍ଷା ସଚିବ ଡ. ଅରୁଣ କୁମାର ଶର୍ମା କହିଛନ୍ତି ଯେ ସରକାରଙ୍କ ଠାରୁ ନିର୍ଦ୍ଦେଶ ମିଳିବା ପରେ ଶିକ୍ଷାବିଭାଗ ଟିଜିଟିରେ ୧୦୩୬ ଏବଂ ଜେବିଟିରେ ୮୪୪ ପଦ ପୁରଣ ପାଇଁ ଅଣ୍ଟା ଭିଡିଛି ।

ଜେବିଟି ପାଇଁ ୫୦ ଏବଂ ଟିଜିଟି ପାଇଁ ୩୭ ପଦବୀ ପ୍ରଥମସ୍ତରରେ ଭର୍ତ୍ତୀ ହେବା ପରେ ଶେଷ ପଦବୀ ପାଇଁ ରାଜ୍ୟ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ଭର୍ତ୍ତୀ ପ୍ରକ୍ରିିୟା ଆରମ୍ଭ କରାଯିବ । ଶିକ୍ଷା ସଚିବଙ୍କ କହିବାନୁସାରେ ହାଇକୋର୍ଟ ତରଫରୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଖୁବଶୀଘ୍ର ଶିକ୍ଷକତାରେ ନିଯୁକ୍ତି ଦେବା ପାଇଁ କୁହାଯାଇଛି । ସରକାରୀ ସ୍କୁଲରେ ଏସଏମସୀ ମାଧ୍ୟମରେ ନିୟୁକ୍ତି ଆରମ୍ଭ କରାଯିବାକୁ ସ୍ଥିର କରାଯାଇଛି ।