୨୨ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ନିବେଶ ହେବ ୪ ହଜାର ୪୬୧ କୋଟି। ନିଯୁକ୍ତି ପାଇବେ ୯ ହଜାର ୨୩୦ ଜଣ

920

କନକ ବ୍ୟୁରୋ: ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ୧୦ଟି କ୍ଷେତ୍ରରେ ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ନେଇ ଆଜି ଲୋକସେବା ଭବନରେ ସବୁଜ ସଂଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆଜି ସପ୍ତମ ପର୍ଯ୍ୟାୟ ଶିଳ୍ପାୟନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ୧୦ଟି କ୍ଷେତ୍ରରେ ୨୨ଟି ନୂଆ ପ୍ରକଳ୍ପର ଭିତ୍ତି ପ୍ରସ୍ତର ହେବ ବୋଲି ଘୋଷଣା କରିଛନ୍ତି ନବୀନ । ଏଥିପାଇଁ ସମୁଦାୟ ୪୪୬୧ କୋଟି ଟଙ୍କାର ପୁଂଜିନିବେଶ କରାଯିବ ଏବଂ ଏହାଦ୍ୱାରା ୯୨୩୦ ଜଣଙ୍କ ପାଇଁ କର୍ମନିଯୁକ୍ତି ପାଇବେ ।

ପୂର୍ବରୁ ୬ଟି ପର୍ଯ୍ୟାୟରେ ମୋଟ ୧୨୦ଟି ପ୍ରକଳ୍ପର ପ୍ରତିଷ୍ଠା ହୋଇସାରିଛି । ଯେଉଁଥିରେ ୯୨ ହଜାର ୬୮୬ କୋଟି ଟଙ୍କା ବିନିଯୋଗ ହୋଇଛି । ଏଥିରେ ଏକ ଲକ୍ଷ ୨୦ ହଜାର ନିଯୁକ୍ତି ପାଇସାରିଛନ୍ତି । ତେବେ ମେକ୍ ଇନ ଓଡିଶାର ୨୦୨ ପ୍ରକଳ୍ପକୁ ଅନୁମତି ମିଳିଥିଲା । ୪ ଲକ୍ଷ ୨୩ ହଜାର ପୁଂଜିନିବେଶ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ୨୦୨ ପ୍ରକଳ୍ପରୁ ଏବେସୁଦ୍ଧା ପାଖାପାଖି ୬୨ଟି ପ୍ରକଳ୍ପକୁ ଅନୁମତି ମିଳିସାରିଛି ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ସଂଜୀବ ଚୋପ୍ରା ।

ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ୧୦ଟି କ୍ଷେତ୍ରରେ ୨୨ଟି ପ୍ରକଳ୍ପର ଉଦଘାଟନ କରିଛି । ତେବେ ଏଥିପାଇଁ ନବୀନ ସଂପୃକ୍ତ କଂପାନୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ନବୀନ କହିଛନ୍ତି , ଶିଳ୍ପରେ ପଂଜିନିବେଶ ପାଇଁ ଓଡିଶା ହେଉଛି ପ୍ରକୃଷ୍ଠ ସ୍ଥାନ । ଏହି ଶିଳ୍ପାୟନ ଓଡିଶାର ବିକାଶଧାରାକୁ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।