ନୂଆବର୍ଷରେ ଭିଜିବ ସାରା ଓଡିଶା : ୧ରୁ ୪ ତାରିଖ ଯାଏଁ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ଆକଳନ

898

କନକ ବ୍ୟୁରୋ : ନୂଆବର୍ଷରେ ଭିଜିବ ସାରା ଓଡିଶା । ଆସନ୍ତାକାଲିଠୁ ବରଗଡ, ନୂଆପଡା ,ଝାରସୁୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେଓଗଡ , କେନ୍ଦୁଝର ଜିଲ୍ଲାରେ କୂଆପଥର ବର୍ଷା ହେବାର ସମ୍ଭାବନା ରହିଛି । ୨ ତାରିଖରେ ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି ।

୩ ତାରିଖରେ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ । ୩ ଓ ୪ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ଦେଓଗଡ଼, ଅନୁଗୁଳ, ସୋନୁପୁର, ବୌଦ୍ଧ, କେନ୍ଦୁଝର, ଖୋର୍ଦ୍ଧା ଓ ମୟୁରଭଂଜରେ ଯେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  ।

୪ ତାରିଖରେ ଉପୂକଳ ଓଡିଶା ଏବଂ ଏହା ସହିତ ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ , ଦେଓଗଡ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଓ ଗଜପତି ରେ ବର୍ଷା ହେବ । ବର୍ଷା ହେବା ଦୃଷ୍ଟିରେ ତାପମାତ୍ରା ବଢିବ, ଫଳରେ ଶୀତ କମିବ । ବର୍ଷା ଛାଡିଲା ପରେ ଶୀତ ବଢିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।