ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ । ରେଳଯାତ୍ରା କରୁଥିଲେ ଜାଣନ୍ତୁ ଏହିସବୁ ନିୟମ । ନିୟମ ଜାଣିଲେ ଯାତ୍ରୀମାନେ ବନିବେ ରେଲୱେର ରାଜା!

541

କନକ ବ୍ୟୁରୋ : ଭାରତୀୟ ରେଲୱେ ନିଜର ନେଟୱର୍କ ପାଇଁ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଦେଶରେ ପ୍ରତ୍ୟେକ ଦିନ ୨.୪ କୋଟିରୁ ଅଧିକ ଲୋକ ରେଳଯାତ୍ରା କରିଥାନ୍ତି । ଯାହାକି ଅଷ୍ଟ୍ରେଲିଆର ସମୁଦାୟ ଜନସଂଖ୍ୟା ସହ ସମାନ ହୋଇଥାଏ । ଦେଶରେ ପ୍ରତିଦିନ ୧୩ ହଜାରର ଅଧିକ ଯାତ୍ରୀବାହୀ ଟ୍ରେନ ଯାତ୍ରା କରିଥାଏ । ତେବେ ଟ୍ରେନରେ ଯାତ୍ରା କରୁଥିବା ୯୯ ପ୍ରତିଶତ ଲୋକଙ୍କ ସେମାନଙ୍କ ଅଧିକାର ସମ୍ପର୍କରେ ଜଣାନଥାଏ । ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀଙ୍କୁ ମୁଖ୍ୟତଃ ୫ଟି ଅଧିକାର ମିଳିଥାଏ । ଯଦି ଆପଣଙ୍କ ପାଖରେ ସଂରକ୍ଷିତ ଟିକେଟ ରହିଛି ତେବେ ଏହିସବୁ ସୁବିଧା ପାଇପାରିବେ ।

ପ୍ରଥମତଃ କହିବାକୁ ଗଲେ ଯାତ୍ରୀଙ୍କୁ ଟ୍ରେନରେ ମେଡିକାଲ ସୁବିଧା ମଧ୍ୟ ଯୋଗାଯାଇଥାଏ । ଯଦି ଆପଣ ଦୂରଯାତ୍ରା କରୁଛନ୍ତି ଆଉ ଅସୁସ୍ଥ ହୋଇପଡ଼ୁଛନ୍ତି ତାହେଲେ ମେଡିକାଲ ସୁବିଧା ଯୋଗାଇବା ରେଳବାଇର ଦାୟିତ୍ୱ ଅଟେ । ଟିଟିଇଙ୍କ ଜରିଆରେ ଯାତ୍ରୀମାନେ ଏହି ସୁବିଧା ପାଇପାରିବେ   । ପରବର୍ତୀ ଷ୍ଟେସନରେ ରେଳବାଇ ପକ୍ଷରୁ ମେଡିକାଲ ସୁବିଧା ମଧ୍ୟ କରାଯାଇଥାଏ ।

ଯଦି ଆପଣ ତକ୍ରାଳ ଟିକେଟ କାଟିଛନ୍ତି ଆଉ ଯିବାକୁ ଅସୁବିଧା ହେଉଛି ତାହେଲେ ପଇସା ଫେରସ୍ତ ପାଇପାରିବେ । କିନ୍ତୁ ଏଥିଲାଗି କିଛି ସର୍ତ ମଧ୍ୟ ରହିଛି । ଯଦି ଟ୍ରେନ ୩ ଘଂଟାରୁ ଅଧିକ ବିଳମ୍ବ ରହିଛି କିମ୍ବା ଟ୍ରେନର ମାର୍ଗ ବଦଳି ଯାଇଛି ତାହେଲେ ଟିକେଟ ପଇସା ଫେରସ୍ତ ପାଇପାରିବେ ।
ରିଜରଭେସନ ଟିକେଟ କାଟୁଥିବା ଯାତ୍ରୀମାନେ ଏହି ନିୟମକୁ ଜାଣି ରଖିବା ଉଚିତ୍ । କାହିଁକି ନାଁ ଆପଣଙ୍କ ଟିକେଟ ହୋଇଥିବା ଷ୍ଟେସନରୁ ଯଦି ତରବରରେ ଅନ୍ୟ ବଗିରେ ଚଢ଼ିଯାଇଛନ୍ତି ତାହେଲେ ମାତ୍ର ୨ଟି ଷ୍ଟେସନ ପର୍ଯ୍ୟନ୍ତ ଆପଣଙ୍କ ସିଟ୍ ରହିବ । କିନ୍ତୁ ଯଦି ବୋଡିଂ ଷ୍ଟେସନରୁ ଚଢ଼ିବାର ଦୁଇଟି ଷ୍ଟେସନ ମିସ୍ କରିଦିଅନ୍ତି ତାହେଲେ ଟିଟିଇ ଆପଣଙ୍କ ସିଟ୍ ଅନ୍ୟ ଯାତ୍ରୀଙ୍କୁ ଦେଇପାରିବେ । ଏଣୁ ଯାତ୍ରୀମାନେ ଏହି ନିୟମକୁ ଜାଣିରଖିବା ଉଚିତ ।

ଯେତେବେଳେ ରାତିରେ ଯାତ୍ରା କରନ୍ତି ସେତେବେଳେ କେହି ମଧ୍ୟ ଆପଣଙ୍କୁ ହଇରାଣ କରିପାରିବେ ନାହିଁ । ରେଲୱେ ନିୟମ ଅନୁସାରେ ରାତି ୧୦ ପରେ ଟିଟିଇ କିମ୍ବା ଅନ୍ୟ କେହି ଷ୍ଟାଫ ଡିଷ୍ଟର୍ବ କରିପାରିବେ ନାହିଁ । ରାତି ୧୦ଟା ପୂର୍ବରୁ ଟିଟିଇ ଆପଣଙ୍କ ଟିକେଟକୁ ଯାଂଚ କରିପାରିବେ । ଏହାପରେ ଆଉ ଆପଣଙ୍କ ନିଦରୁ ଉାଂଇ ପାରିବେ ନାହିଁ ।

ରେଳବାଇର ନିୟମ ଅନୁଯାୟୀ, ଯେତେବେଳେ ଆପଣ ଯାତ୍ରା କରନ୍ତି ଆଉ ଅଧା ବାଟରେ ଟ୍ରେନର କୌଣସି ଅସୁବିଧା ହେଉଛି କିମ୍ବା ଆଗକୁ ଯାଏନାହିଁ ତାହେଲେ ଟିକେଟର ସମସ୍ତ ପଇସା ଯାତ୍ରୀମାନେ ଫେରସ୍ତ ପାଇବେ । ତେବେ ରେଲୱେ ପକ୍ଷରୁ ଅନ୍ୟ ଟ୍ରେନର ସୁବିଧା କରାନଗଲେ ଯାତ୍ରୀମାନେ ଟିକେଟର ସମସ୍ତ ଟଙ୍କା ରିଫଣ୍ଡ ପାଇବେ । ଅନ୍ୟପଟେ ରେଳବାଇ ପକ୍ଷରୁ ଅନ୍ୟ ଟ୍ରେନର ସୁବିଧା କରାଯିବା ପରେ ମଧ୍ୟ ଯଦି ଯାତ୍ରୀ ଯିବାକୁ ଅମଙ୍ଗ ହୁଅନ୍ତି ତାହେଲେ ତାହେଲେ ଟଙ୍କା ମଧ୍ୟ ଫେରସ୍ତ ପାଇପାରିବେ ।

ତେବେ ଏଭଳି ରେଳବାଇ ପକ୍ଷରୁ ଯାତ୍ରୀଙ୍କ ଲାଗି ଅନେକ ନିୟମ ଏବଂ ସୁବିଧାମାନ ରହିଛି । ଏଣୁ ଆପଣ ଯଦି ରେଳଯାତ୍ରା କରୁଛନ୍ତି ଏହିସବୁ ନିୟମକୁ ଜାଣି ରଖିବା ଉଚିତ୍ ।