ବିଜେପି ପ୍ରତିଷ୍ଠା ଦିବସ : ଦଳୀୟ କର୍ମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର; ବିରୋଧୀଙ୍କୁ ଟାର୍ଗେଟ କରି କହିଲେ, ମିଛ କହୁଛନ୍ତି ଦୁର୍ନୀତିରେ ଲିପ୍ତ ଥିବା ଲୋକ

100

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ୪୪ତମ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାର୍ଟିକୁ ପ୍ରତିଷ୍ଠା ପଛରେ ତଥା ଆଗକୁ ନେବାରେ ଉଦ୍ୟମ କରିଥିବା ପୁରୁଖା ଅନୁଭବୀ ନେତାମାନଙ୍କୁ ମୋଦୀ ମନେ ପକାଇଛନ୍ତି । ୨୦୧୪ ମସିହାରୁ କେବଳ ସରକାର ପରିବର୍ତନ ନୁହେଁ ବରଂ ଭାରତର ନୁଆ ଯାତ୍ରାର ଶଙ୍ଖନାଦ ହୋଇଥିବା ମୋଦୀ  କହିଛନ୍ତି । ହନୁମାନଙ୍କ ଜୀବନ ଭାରତର ବିକାଶ ଯାତ୍ରାରେ ପ୍ରେରଣା ଦେଇଥିବା ନେଇ କହିଛନ୍ତି ମୋଦୀ ।

‘ହନୁମାନଙ୍କଠାରୁ ପ୍ରେରଣା ନିଏ ବିଜେପି’

– ହନୁମାନ ସବୁ କରନ୍ତି, ସମସ୍ତଙ୍କ ପାଇଁ କରନ୍ତି, ନିଜ ପାଇଁ କିଛି କରନ୍ତି ନାହିଁ
– ହନୁମାନଙ୍କ ଏପରି କାମ ବିଜେପିକୁ ପ୍ରେରଣା ଦେଇଥାଏ
– ରାକ୍ଷସଙ୍କୁ ସାମ୍ନା କରିବା ପାଇଁ କଠୋର ହୋଇଯାଇଥିଲେ ହନୁମାନ
– ଭ୍ରଷ୍ଟାଚାର, ପରିବାରବାଦ, ଆଇନ ବ୍ୟବସ୍ଥା କଥା ଆସିଲେ ବିଜେପି କଠୋର ହୋଇଯାଏ
– ଲକ୍ଷ୍ମଣ ସଙ୍କଟରେ ପଡ଼ିଥିବା ବେଳେ ହନୁମାନ ସଞ୍ଜିବନୀ ପର୍ବତ ଆଣିଥିଲେ
– ବିଜେପି ମଧ୍ୟ ଲୋକଙ୍କ ସମସ୍ୟା ବୁଝିବା ପାଇଁ ସବୁ ପ୍ରୟାସ ଜାରି ରଖିଛି

ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍

– ବିଜେପିର ମଜାକ୍ ଉଡାଉଛନ୍ତି ବିରୋଧୀ ଦଳ
– ଦୁର୍ନୀତିରେ ଲିପ୍ତ ଥିବା ଲୋକେ ମିଛ କହୁଛନ୍ତି
– ଦୁର୍ନୀତିର ପେଡ଼ି ଖୋଲୁଥିବା ଦେଖି ହତାଶ ହୋଇପଡୁଛନ୍ତି

‘ବିଜେପି ସହ ଅଛନ୍ତି ସାଧାରଣ ଲୋକ’

– ଦେଶର ସାଧାରଣ ଲୋକ ଆଜି ବିଜେପି ସହ ଛିଡ଼ା ହୋଇଛନ୍ତି
– ଗରିବ, ସାଧାରଣ ଲୋକ ଓ ଯୁବବର୍ଗ ବିଜେପିକୁ ଭରସା କରୁଛନ୍ତି
– ଦେଶର ବିକାଶ ଓ ଲୋକଙ୍କ କଲ୍ୟାଣ ବିଜେପିର ପ୍ରାଥମିକତା

‘ଦ୍ରୁତ ଗତିରେ ଆଗକୁ ବଢୁଛି ଦେଶ’

– ଜିଏସଟି ପରେ ଗୋଟିଏ ଆର୍ଥିକ ବର୍ଷରେ ୧୮ ଲକ୍ଷ କୋଟି ଆଦାୟ
– ୧୬ ଲକ୍ଷ କୋଟି ଟଙ୍କା ଟ୍ୟାକ୍ସ ଦିଆଯାଇଛି
– ୟୁପିଆଇରେ ରେକର୍ଡ ୧୪ ଲକ୍ଷ କୋଟି କାରବାର ହୋଇଛି
– ୧୬ ହଜାର କୋଟି ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରାଯାଇଛି

‘ଲୋକ କହୁଛନ୍ତି ବିଜେପି ଆସିବ’

– ଲୋକ କହୁଛନ୍ତି ୨୦୨୪ରେ ବିଜେପିକୁ କେହି ହରାଇପାରିବେନି
– ବିଜେପି କର୍ମୀ ଭାବେ ସବୁ ଲୋକଙ୍କ ମନ ଜିତବା ଦରକାର
– ୮୦ ଦଶକରୁ ଆରମ୍ଭ ହୋଇଥିବା ଲଢେଇ ପରି ଲଢିବାକୁ ହେବ