ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ରହିବେ ରାହୁଲ ଗାନ୍ଧୀ! ନୂଆ ଠିକଣା ପାଲଟିବ ନିଜାମୁଦ୍ଧିନ ଇଷ୍ଟରେ ଥିବା ବିଟୁ ବଙ୍ଗଳା ।

202

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା ସମ୍ବନ୍ଧରେ ସୂଚନା ମିଳିଛି । କଂଗ୍ରେସର ଦିବଙ୍ଗତ ନେତା ତଥା ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଘର ହୋଇପାରେ ରାହୁଲଙ୍କ ନୂଆ ଠିକଣା । ଏହା ଦିଲ୍ଲୀର ନିଜାମୁଦ୍ଧିନ ଇଷ୍ଟରେ ଥିବା ବିଟୁ ବଙ୍ଗଳା ଅଟେ । ଚର୍ଚ୍ଚା ହେଉଛି ଖୁବଶୀଘ୍ର ରାହୁଲ ଏହି ଘରେ ରହିପାରନ୍ତି । ବର୍ତମାନ ରାହୁଲ ସୋନିଆଙ୍କ ସହ ଜନପଥ ୧୦ରେ ରହୁଛନ୍ତି । ମାନହାନି ମାମଲାରେ ରାହୁଲଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଧ ହେବା ପରେ ତାଙ୍କୁ ସରକାରୀ ବାସଭବନ ଛାଡିବାକୁ ପଡିଥିଲା । ଏହି ସମୟରେ ଅନେକ କଂଗ୍ରେସ ନେତାଙ୍କୁ ଅନେକ ଦଳୀୟ ନେତା ଓ ପ୍ରଂଶସକ ରାହୁଲଙ୍କୁ ଘର ରହିବାକୁ କହିଥିଲେ । ଏପ୍ରିଲ ୨୨ରେ ରାହୁଲ ୧୨ ତୁଗଲଗ ରୋଡରେ ଥିବା ନିଜ ସରକାରୀ ବାସଭବନ ଛାଡିବା ପରେ ୧୦ ଜନପଥରେ ଥିବା ସୋନିଆଙ୍କ ଘରେ ରହୁଛନ୍ତି । ସେପଟେ ମିଳିଥିବା ସୂଚନା ଅନୁସାରେ ଶୀଲା ଦିକ୍ଷିତଙ୍କ ପୁଅ ତଥା କଂଗ୍ରେସ ନେତା ସନ୍ଦିପ ଦିକ୍ଷିତ ଶିଲାଙ୍କ ଘରକୁ ସମ୍ପୂର୍ଣ୍ଣଭାବେ ଖାଲି କରିଛନ୍ତି । ତେଣୁ ରାହୁଲ ଏଠାକୁ ଖୁବଶିଘ୍ର ଆସୁଥିବା ଚର୍ଚ୍ଚା ହେଉଛି ।