ପାରିବାରିକ ଶତ୍ରୁତାରୁ ପୋଲସରାର ବ୍ଲକ ଛକରେ ଫୁଟିଲା ଗୁଳି । ବାପା ମୃତ, ଝିଅ ଗୁରୁତର

305

କନକ ବ୍ୟୁରୋ: ପାରିବାରିକ ବିବାଦରୁ ଫୁଟିଲା ଗୁଳି । ଗଞ୍ଜାମ ପୋଲସରା ବ୍ଲକ ଛକରେ ଗୁଳିମାଡରେ ଜଣଙ୍କର, ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଖଲିକୋଟ ଥାନା କୁମୁଣ୍ଡ ଗାଁର ବିଜୟ କୁମାର ବେହେରା । ସେ ତାଙ୍କ ଝିଅ ଗାୟତ୍ରୀ ବେହେରାଙ୍କ ସମ୍ପତି ବିବାଦ ସମାଧାନ କରିବାକୁ ଆସିଥିବାବେଳେ ଗୁଳିମାଡ ହୋଇଛି । ଅଭିଯୋଗ ଅନୁସାରେ, ଗାୟତ୍ରୀଙ୍କ ନଣନ୍ଦେଇ ପ୍ରଶାନ୍ତ କୁମାର ବେହେରା ଯୋଜନାବଦ୍ଧ ଭାବେ ବିଜୟଙ୍କ ଉପରକୁ ଗୁଳି ମାଡ କରିଥିଲେ । ଗୁଳିମାଡ ପରେ ବିଜୟଙ୍କୁ ତୁରନ୍ତ ପୋଲସରା ହସ୍ପିଟାଲକୁ ନିଆଯାଇଥିଲା । ହେଲେ, ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଝିଅ ଗାୟତ୍ରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ସମ୍ପତିକୁ ନେଇ ପ୍ରଶାନ୍ତଙ୍କ ଝିଅ ଓ ତାଙ୍କ ନଣନ୍ଦେଇଙ୍କ ପରିବାର ମଧ୍ୟରେ ବିବାଦ ରହିଥିଲା । ଆଉ ସେହି ବିବାଦରୁ ଗୁଳିମାଡ ହୋଇଥିବା କୁହାଯାଉଛି ।