୧୬ରୁ ଖୋଲିବ ସ୍ୱର୍ଗଦ୍ୱାର । ଶବ ସତ୍କାର ପାଇଁ ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ, ମୃତକଙ୍କ ସହ ୧୦ଜଣ ସମ୍ପର୍କୀୟଙ୍କୁ ଆସିବାକୁ ଅନୁମତି

185

କନକ ବ୍ୟୁରୋ : ୧୬ରୁ ଖୋଲିବ ସ୍ୱର୍ଗଦ୍ୱାର । କୋଭିଡ କଟକଣା ଯୋଗୁ ବନ୍ଦ ଥିବା ସ୍ୱର୍ଗଦ୍ୱାର ୧୬ତାରିଖରୁ ବାହାର ଜିଲ୍ଲାବାସୀଙ୍କ ପାଇଁ ଖୋଲିବାକୁ ନିଷ୍ପତି ହୋଇଛି ।
କରୋନା କଟକଣା ପାଇଁ ପୁରୀ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ବନ୍ଦ ରହିଥିଲା ସ୍ୱର୍ଗଦ୍ୱାର । କେବଳ ପୁରୀ ଜିଲ୍ଲାବାସୀ ସ୍ୱର୍ଗଦ୍ୱାରରରେ ଶବ ଶତ୍କାର କରିପାରୁଥିଲେ । କିନ୍ତୁ ବର୍ତ୍ତମାନ ଅନ୍ୟ ଜିଲ୍ଲାବାସୀ ସ୍ୱର୍ଗଦ୍ୱାର ଆସି ଶବ ଶତ୍କାର କରିପାରିବେ । ରାଜ୍ୟରେ କରୋନା କଟକଣା କୋହଳ ହେଉଥିବା ବେଳେ ପୁରୀ ସ୍ୱର୍ଗଦ୍ୱାରକୁ ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ଖୋଲିବା ପାଇଁ ପ୍ରଶାସନ ନିସ୍ପତ୍ତି ଗ୍ରହଣ କରିଛନ୍ତି ।
ତେବେ ସ୍ୱର୍ଗଦ୍ୱାରକୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ୍ ନିୟମ ମାନିବା ବାଧ୍ୟତାମୂଳକ ରହିବ । ଶବ ସତ୍କାର ପାଇଁ ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ରହିବ । ମୃତକଙ୍କ ସହ ମାତ୍ର ୧୦ଜଣ ସମ୍ପର୍କୀୟଙ୍କୁ ଆସିବାକୁ ଅନୁମତି ମିଳିବ ।