ପୁରୀ ଏମାର ମଠରେ ଥିବା ୭ଟି ଦୋକାନ ଘର ସିଲ

32

ପୁରୀ : ପୁରୀ ଏମାର ମଠରେ ଥିବା ଦୋକାନ ଘର ସିଲ । ୭ଟି ଦୋକାନ ଘରକୁ ସିଲ କଲା ପିକେଡିଏ । ପିକେଡିଏର ବିନା ଅନୁମତିରେ ଦୋକାନ ଖୋଲାଯାଇଥିବାରୁ ଏହାକୁ ସିଲ କରାଯାଇଛି । ଆଜି ପିକେଡିଏ ପକ୍ଷରୁ ଚଢାଉ କରାଯାଇ ଦୋକାନ ଘରକୁ ସିଲ କରାଯାଇଛି ।

ମାଜିଷ୍ଟ୍ରେଟ ଓ ପୁଲିସ ଫୋର୍ସ ଉପସ୍ଥିତିରେ ନବନିର୍ମିତ ୭ଟି ଦୋକାନ ଘରକୁ ସିଲ କରିଛି । ସେପଟେ ବିନା ନୋଟିସରେ ତରବରିଆ ଭାବେ ପିକେଡିଏର ଏଭଳି ପଦକ୍ଷେପକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଦୋକାନୀ ।