କାଷ୍ଟିଂ କାଉଚ ଅଭିଯୋଗ ପ୍ରସଙ୍ଗ : ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛି ପୁରୀ ସଚେତନ ନାଗରିକ ମଂଚ

30

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : କାଷ୍ଟିଂ କାଉଚ ଅଭିଯୋଗ ପରେ ଏବେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଓଲିଉଡ ସିନେ ଜଗତରେ କାଷ୍ଟିଂ କାଉଚ ଚାଲୁଥିବା ନେଇ କିଛି କଳାକାରଙ୍କ ଅଭିଯୋଗ ପରେ ଏହାକୁ ନେଇ ଏବେ ଜୋର ଧରିଛି ଅସନ୍ତୋଷ । ଯେଉଁମାନେ ଏଥିରେ ସଂଶ୍ଲିଷ୍ଟ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ପୁରୀ ସଚେତନ ନାଗରିକ ମଂଚ । ସଚେତନ ନାଗରିକ ମଂଚ ପକ୍ଷରୁ ଏନେଇ ଆଜି ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିବା ବେଳେ ପପୁ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୂତଳିକା ଦାହ କରାଯାଇଥିଲା । ପପୁ ପମପମକୁ ଶାସକ ଦଳ ଘଂଟ ଘୋଡାଉଥିବା ମଂଚ ପକ୍ଷରୁ ଅଭିଯୋଗ ହୋଇଛି ।