ମହଙ୍ଗା ପଡ଼ୁଛି ଚୀନରେ କୋଭିଡ୍ କଟକଣା ବିରୋଧରେ ପ୍ରତିବାଦ । ଗାଏବ ହେଉଛନ୍ତି ଜିନପିଙ୍ଗ ବିରୋଧୀ

99

କନକ ବ୍ୟୁରୋ: ଚୀନରେ କରୋନା କୋପ ଧିରେଧିରେ ହ୍ରାସ ପାଉଛି । କିନ୍ତୁ ଏହାରି ଭିତରେ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସୁଛି । ଯେଉଁ ଜନତା ଦେଶରେ କରୋନା ସଂକ୍ରମଣକୁ ନେଇ ହୋଇଥିବା କଟକଣା ବିରୋଧରେ ସ୍ୱର ଉଠାଇଥିଲେ, ସେମାନଙ୍କୁ ସି ଜିନପିଙ୍ଗ ସରକାର ଗାଏବ କରି ନେଉଥିବା ଜଣାପଡ଼ିଛି ।

ବିବିସି ରିପୋର୍ଟ ଅନୁସାରେ, ସରକାର ଏପର୍ଯ୍ୟନ୍ତ ୧୦୦ ପ୍ରତିବାଦକାରୀଙ୍କୁ ଗୋପନୀୟତା ଭାବେ ଉଠାଇ ନେଇ ହେପାଜତରେ ରଖିଛି । ଏଥିରେ ଅଧିକାଂଶ ମହିଳା ଥିବା ଜଣାପଡ଼ିଛି । ଅନ୍ତର୍ଜାତୀୟ ମାନବ ଅଧିକାର ସଂଗଠନ ସମସ୍ତଙ୍କୁ ଛାଡ଼ିବାକୁ ଦାବି କରିଛି । ବେଆଇନ୍ ଭାବେ ହେପାଜତରେ ଥିବା ଲୋକଙ୍କ ତାଲିକା ଜାରି କରିଛି ଏହି ସଂଗଠନ । କରୋନା କଟକଣାକୁ ନେଇ ଗତବର୍ଷ ନଭେମ୍ବରରେ ଚୀନରେ ହଜାର ହଜାର ଲୋକେ ହାତରେ ଧଳା କାଗଜ ଧରି ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ । ସେତେବେଳେ କିଛି ପ୍ରତିବାଦକାରୀଙ୍କୁ ପୋଲିସ ଗିରଫ କରିଥିଲା । ଏବେ ଏହି ଗିରଫଦାରୀ ଅଧିକ ତୀବ୍ର ହେବାରେ ଲାଗିଛି । ବିବିସି ରିପୋର୍ଟ ଅନୁସାରେ, ହେପାଜତରେ ଥିବା ଲୋକେ ଲେଖକ, ସାମ୍ବାଦିକ, ଶିକ୍ଷକ ଓ ସଙ୍ଗୀତକାର ବୋଲି ଜଣାପଡ଼ିଛି । ଆଉ ଏମାନେ ସମସ୍ତେ ଆମେରିକା ଓ ବ୍ରିଟେନରୁ ପାଠ ପଢ଼ି ଆସିଥିଲେ ।

ଗାଏବ ହେଉଛନ୍ତି ଜିନପିଙ୍ଗ ବିରୋଧୀ!

  • ମହଙ୍ଗା ପଡ଼ୁଛି ଚୀନରେ କୋଭିଡ୍ କଟକଣା ବିରୋଧରେ ପ୍ରତିବାଦ
  • ବେଜିଂ ସମେତ ସାଂଘାଇ, ଗୁଆଙ୍ଗଝୁ ଓ ମାନଜିଙ୍ଗରେ କରିଥିଲେ ପ୍ରତିବାଦ
  • ୧୦୦ ପ୍ରତିବାଦକାରୀଙ୍କୁ ଉଠାଇ ନେଲା ପୋଲିସ
  • ପ୍ରତିବାଦକାରୀଙ୍କୁ ମୁକ୍ତ କରିିବାକୁ ଅନ୍ତର୍ଜାତୀୟ ମାନବ ଅଧିକାରୀ ସଂଗଠନର ଦାବି
  • ହେପାଜତରେ ଥିବା ଲୋକଙ୍କ ସହ କରାଯାଉଛି ଅତ୍ୟାଚାର
  • ଗିରଫ ପ୍ରତିବାଦକାରୀଙ୍କ ନାଁର କରାଯାଇନି ଖୁଲାସା
  • ବନ୍ଧୁ ଓ ଓକିଲଙ୍କ ସହାୟତାରେ କିଛି ଲୋକଙ୍କ ନାଁର ହୋଇଛି ଖୁଲାସା
  • ଗିରଫଦାରୀଙ୍କ ମଧ୍ୟରେ ଲେଖକ, ସାମ୍ବାଦିକ, ସଂଗୀତକାର ସାମିଲ
  • ମହିଳା ଅଧିକାର ପାଇଁ ଲଢ଼ୁଥିବା ସାମାଜିକ କର୍ମୀ ଓ ମହିଳାଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ
  • ଦଙ୍ଗାକୁ ଉସୁକାଇବାର ଭଳି ରହିଛି ସାଂଘାତିକ ଅଭିଯୋଗ
  • ଚୀନ୍ ଆଇନ୍ ଅନୁସାରେ, ଅଭିଯୁକ୍ତଙ୍କୁ ମିଳିପାରେ ୫ବର୍ଷର ଜେଲ୍ ଦଣ୍ଡାଦେଶ