ଗୁଜରାଟଗସ୍ତରେ ଗସ୍ତର ଶେଷ ଦିନରେ ସେମିକଣ୍ଡକ୍ଟର ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ କହିଲେ, ଏକବିଂଶ ଶତାଦ୍ଦୀ ଭାରତରେ ସମସ୍ତଙ୍କ ପାଇଁ ରହିଛି ଅପାର ସୁଯୋଗ

103

କନକ ବ୍ୟୁରୋ : ଦୁଇ ଦିନିଆ ଗୁଜରାଟଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ସେମିକଣ୍ଡକ୍ଟର ଶିଳ୍ପ ଉପରେ ଆଧାରିତ ସେମିକମ-୨୦୨୩ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ସେମିକଣ୍ଡକ୍ଟର ମାଧ୍ୟମରେ ଶିଳ୍ପ, ବିଶେଷଜ୍ଞ, ନୀତି ନିର୍ମାତାମାନଙ୍କ ସହିତ ଅପଡେଟ ହୋଇଥାଏ । ସମ୍ପର୍କରେ ସମନ୍ୱୟ ପାଇଁ ଏହା ଆବଶ୍ୟକ । ପୂର୍ବ ଦିନମାନଙ୍କ ଅପେକ୍ଷା ଚଳିତବର୍ଷ ସେମିକଣ୍ଡକ୍ଟର କ୍ଷେତ୍ରରେ ଆଶାଠୁ ଅଧିକ ନିବେଶ ହୋଇଛି । ଏଥିସହ ମୋଦୀ କହିଛନ୍ତି ସମୟ ବଦଳୁଛି, ପରିବର୍ତନ ହେଉଛି । ଦୁଇବର୍ଷ ମଧ୍ୟରେ ଭାରତରୁ ଇଲେକ୍ଟ୍ରୋନିକ୍ସ ରପ୍ତାନୀ ଦୁଇଗୁଣା ବୃଦ୍ଧି ହୋଇଛି । ଦିନେ ଭାରତ ବିଦେଶରୁ ମୋବାଇଲ ଫୋନ ଆମଦାନୀ କରୁଥିଲା ଆଜି କିନ୍ତୁ ବିଦେଶକୁ ରପ୍ତାନୀ କରୁଛି । ଏକବିଂଶ ଶତାଦ୍ଦୀରେ ଭାରତରେ ସମସ୍ତଙ୍କ ପାଇଁ ଅପାର ସୁଯୋଗ ଅଛି ।