ଏଲଏସିରେରେ ଚୀନର ଦବଦବା ଭିତରେ ଲଦାଖରେ ପହଁଚିଲେ ସ୍ଥଳ ସେନା ମୁଖ୍ୟ, ଲେହରେ ସେନାଧିକାରୀଙ୍କୁ ଭେଟି ସୁରକ୍ଷା ସ୍ଥିତିର କଲେ ସମୀକ୍ଷା

110

କନକ ବ୍ୟୁରୋ : ପୂର୍ବ ଲଦାଖରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ସାମରିକ କାର୍ଯ୍ୟକଳାପ ବୃଦ୍ଧି କରୁଛି ଚୀନ । ନିଜ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକରୁ ଅଧିକ ମଜବୁତ କରିବା ଲକ୍ଷ୍ୟ ରଖି ସଡ଼କଠୁ ଘର, ହେଲିପ୍ୟାଡ଼, ରାଜପଥ ନିର୍ମାଣ କରିଚାଲିଛି । ଏଥିସହ ସୀମା ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଘାତକ ମିସାଇଲ, ରାଡାର ଓ ଗୋଳାବାରୁଦ ସହ ମହଜୁଦ ଅଛନ୍ତି ଚୀନ ସେନା । ଏହା ଭିତରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଲଦାଖ ଗସ୍ତ କରିଛନ୍ତି । ଲେହର ୧୪ କୋର ମୁଖ୍ୟାଳୟ ପରିଦର୍ଶନ କରି ସୁରକ୍ଷାସ୍ଥିତିର ସମୀକ୍ଷା କରିଛନ୍ତି । ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଶେଷ ହେବା ନା ନେଉନି । ଉଭୟ ସେନାଙ୍କ ମଧ୍ୟରେ ଅନେକଥର ଏନେଇ ଆଲୋଚନା ହେଉଥିଲେ ବି କୌଣସି ନିଷ୍କର୍ସ ବାହାରିପାରୁନି ।