ରାଷ୍ଟ୍ରପତିଙ୍କ ଚା ପାର୍ଟିରେ ଭାରତୀୟ ଅଲିମ୍ପିକ ଟିମ, ରାଷ୍ଟ୍ରପତି କହିଲେ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ

129

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ତରଫରୁ ଶନିବାର ଦିନ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଭାରତୀୟ ଅଲିମ୍ପିକ ଟିମକୁ ସ୍ୱାଗତ କରିଛନ୍ତି । ଏନେଇ ପୂର୍ବରୁ ବି ରାଷ୍ଟ୍ରପତି ଭବନ ତରଫରୁ ସୂଚନା ଦିଆଯାଇଥିଲା । କହିରଖୁ କି ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ମଧ୍ୟ ଏକ ସ୍ୱର୍ଣ୍ଣ ପଦକ ହାସଲ କରାଯାଇଛି ।

ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଟୋକିଓ ଅଲିମ୍ପିକରେ ଭାଗ ନେଇଥିବା ସମସ୍ତ ଖେଳାଳୀଙ୍କ ସ୍ୱାଗତ କରିଛନ୍ତି । ଏହି ଅବସରରେ ଟୋକିଓ ଅଲିମ୍ପିକରେ ପଦକ ବିଜେତାମାନେ ବି ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ କି ପୁରା ଦେଶ ଆମ ଅଲିମ୍ପିୟାନ୍ସକୁ ନେଇ ଗର୍ବ, ସେମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି ।

ସେପଟେ ରାଷ୍ଟ୍ରପତି ଭବନ ଆସିବା ପୂର୍ବରୁ ସଶସ୍ତ୍ର ସୁରକ୍ଷା ବଳ (ଏସଏସବି) ଯବାନମାନେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ସହ ସେଲ୍ଫି ନେଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି ।

କହିରଖୁ କି ଏଥର ଟୋକିଓ ଅଲିମ୍ପିକ୍ସ ଭାରତ ପାଇଁ ବେସ୍ ମହତ୍ୱପୂର୍ଣ୍ଣ ଥିଲା । ଭାରତ ଏଥର ଅଲିମ୍ପିକ୍ସ ଇତିହାସରେ ସବୁଠାରୁ ଅଧିକ ପଦକ ବିଜୟୀ ହୋଇଛି । ଭାରତୀୟ ନୀରଜ ଚୋପ୍ରା ଜାଭଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ଏଥର ଟୋକିଓ ଅଲିମ୍ପିକ୍ସରେ ଭାରତ ମୋଟ ୭ ଟି ପଦକ ଜିତିଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୋପ୍ୟ ଓ ୪ ଟି ବ୍ରୋଞ୍ଜ ପଦକ ରହିଛି ।