କଥା ମାନିବେନି ବିଜେଡି ନେତା ! ରାଷ୍ଟ୍ରପତି ନିର୍ବାଚନରେ ସାଂସଦଙ୍କ ଭୋଟ ବିଭାଜନ ସମ୍ଭାବନାକୁ ନେଇ ଚର୍ଚ୍ଚା

22

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନରେ କ୍ରସ୍ ଭୋଟିଂ ହେବ । ବିଜେଡିର ସଦସ୍ୟମାନେ ୟୁପିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ଏଭଳି ମନ୍ତବ୍ୟ ପରେ ରାଜ୍ୟ ରାଜନୀତି ସରଗରମ । ତେବେ ବିଜେଡି ନେତା କିନ୍ତୁ କଂଗ୍ରେସନେତାଙ୍କ ଏପରି ମନ୍ତବ୍ୟକୁ ଗ୍ରହଣ କରିପାରିନାହାନ୍ତି । ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ ବିଜେଡିର ନିଷ୍ପତି ସ୍ପଷ୍ଟ ବୋଲି କହିଛନ୍ତି । ସେପଟେ କଂଗ୍ରେସ ସଂସ୍କୃତିର, କ୍ରସଭୋଟିଂ ରହିଛି ବୋଲି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ।