ମେଡ଼ିକାଲରେ ପ୍ରସୂତିଙ୍କ ମୃତ୍ୟୁ : ୧୪ ଦିନ ପରେ ଜାମିନରେ ଆସିବା ପରେ ଶିଶୁପୁତ୍ର ଜନ୍ମଦେଇ ଆଖିବୁଜିଲା ମା’; ଶିଶୁପୁତ୍ର ଗୁରୁତର

219

କନକ ବ୍ୟୁରୋ : ଜେଲରୁ ମୁକୁଳିବା ପରେ ମେଡ଼ିକାଲରେ ପ୍ରସୂତିଙ୍କ ମୃତ୍ୟୁ । ୧୪ ଦିନ ପରେ ଜାମିନରେ ଆସିବା ପରେ ଶିଶୁପୁତ୍ର ଜନ୍ମଦେଇ ଆଖିବୁଜିଲା ମା’ । ଶିଶୁପୁତ୍ରଟି ଏବେ ଗୁରୁତର ଥିବା ଜଣାପଡ଼ିଛି । ଆନ୍ଦୋଳନ ବେଳେ ରାୟଗଡ଼ାର ସୁଲବତି ନାଏକଙ୍କୁ ଉଠାଇ ନେଇଥିଲା ପୋଲିସ । ନିଜ ଅଧିକାର ପାଇଁ କମ୍ପାନୀ ବିରୁଦ୍ଧରେ ଧାରଣାରେ ବସିଥିବା ବେଳେ ପୋଲିସ ତାଙ୍କୁ ଡିସେମ୍ବର ୨୬ ତାରିଖରେ ଉଠାଇ ନେଇଥିଲେ ।

ଏହା ପରେ କୋର୍ଟ ଫରୱାର୍ଡ଼ କରିଥିଲା ପୋଲିସ । ଜମିନରେ ଆସିବା ପରେ ତାଙ୍କୁ ଗର୍ଭ ଯନ୍ତ୍ରଣା ହେବା ପରେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଶିଶୁପୁତ୍ର ଜନ୍ମଦେବା ପରେ ନବଜାତର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଗୁରୁତର ରହିଛି । ମା’ର ସ୍ୱାସ୍ଥ୍ୟ ବେଶି ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯିବା ସମୟରେ ମୃତ୍ୟୁ ହୋଇଛି ।