ବାଲେଶ୍ୱର ରେଳ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୋପ୍ ଫ୍ରାନ୍ସିସ

387

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଜୁନ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ରେଳ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରୁ ଶୋକ ବାର୍ତ୍ତା ଆସୁଛି । ଋଷ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଅନେକ ଦେଶର ପ୍ରତିନିଧି ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଏହି କ୍ରମରେ ଆଜି ପୋପ୍ ପୋପ୍ ଫ୍ରାନ୍ସିସ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କ ଶୋକ ବାର୍ତ୍ତାରେ ଲେଖିଛନ୍ତି କି, ଦୁଇଦିନ ତଳେ ଭାରତରେ ହୋଇଥିବା ରେଳ ଦୁର୍ଘଟଣା ବାବଦରେ ଶୁଣିବା ପରେ ଦୁଃଖ ଲାଗିଲା । ରେଳ ଦୁର୍ଘଟଣାରେ ମୃତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପୋପ୍ ଫ୍ରାନସିକୋ । ଏହାସହ ମୃତକଙ୍କ ଆତ୍ମାର ସଦଗତି ପାଇଁ ସେ ପ୍ରାଥନା କରିଛନ୍ତି ।

ସୂଚନା ଥାଉକି ଜୁନ ୨ ତାରିଖ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଗାଡିକୁ ଧକ୍କା ଦେବା ପରେ ଏକ ବଡ ଧରଣର ଦୁର୍ଘଟଣା ଘଟିଥିଲା । ଏଥିରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି । ରେଳ ଦୁର୍ଘଟଣାର ଖବର ପାଇବା ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣାରେ ଆହତ ଓ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ଏହାସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ମଧ୍ୟ ଓଡିଶା ଆସି ଦୁର୍ଘଟଣାରେ ଶିକାର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଯାତ୍ରୀମାନଙ୍କୁ ଭେଟି ସେମାନଙ୍କର ସୁବିଧା ଅସୁବିଧା ବୁଝିଛନ୍ତି ।