କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ସତ୍ୟପାଲ ମଲ୍ଲିକଙ୍କ କଡା ଚେତାବନୀ । କହିଲେ, ପ୍ରଥମେ ବ୍ରିଜଭୂଷଣକୁ ହଟାଇବୁ ପରେ ……

172

କନକ ବ୍ୟୁରୋ : ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହି କ୍ରମରେ ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି କି ମେ’୨୮ ତାରିଖରେ ଦିଲ୍ଲୀ ପୋଲିସ ଯେଭଳି ଭାବେ ଆନ୍ଦୋଳନରତ ମହିଳା କୁସ୍ତିଯୋଦ୍ଧାଙ୍କ ଉପରେ ବର୍ବରୋଚିତ ଆକ୍ରମଣ କଲା ତାହା ଦେଖି ମୁଁ ବିଚଳିତ ହୋଇଗଲି ।

ସତ୍ୟପାଲ ମଲ୍ଲିକ ଏକ କାର୍ଯ୍ୟକ୍ରମରେ ବ୍ରିଜଭୂଷଣଙ୍କୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ବ୍ରିଜଭୂଷଣକୁ ହଟାଇବୁ ତା ପରେ ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ୨୦୨୪ରେ ହଟାଇବୁ । ଏହାପରେ ସେ ରାଜସ୍ଥାନ ଯାଇ ବିଜେପି ବିରୋଧରେ ପ୍ରଚାର କରିବେ ବୋଲି କହିଛନ୍ତି ।

ସତ୍ୟପାଲ ମଲ୍ଲିକ ଏତିକିରେ ଅଟକି ନାହାଁନ୍ତି ସେ ଆନ୍ଦୋଳନରତ ମହିଳା କୁସ୍ତିଯୋଦ୍ଧାଙ୍କୁ ନିବେଦନ କରିଛନ୍ତି କି, ‘ତୁମେମାନେ ଦିଲ୍ଲୀ ଛାଡି ଏବେ ରାଜସ୍ଥାନ ଚାଲିଆସ ଓ ଗାଁ ଗାଁରେ ବୋଲି ବିଜେପି ବିରୋଧରେ ପ୍ରଚାରକର । ଫଳରେ ୨୦୨୪ରେ ବିଜେପିକୁ ପରାସ୍ତ କରାଯାଇ ପାରିବ’

ସୂଚନା ଥାଉକି, ଗୋଟିଏ ମାସରୁ ଅଧିକ ହେବ କୁସ୍ତିଯୋଦ୍ଧାମାନେ ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ନାମରେ ଯୌନ ଉତ୍ପୀଡନର ଅଭିଯୋଗ ଆଣି ଦିଲ୍ଲୀରେ ଧାରଣା ଦେଇଛନ୍ତି ।