ଡକାୟତି ଗ୍ୟାଙ୍ଗ ଉପରେ ପୋଲିସର ଚଢ଼ାଉ । ୩ ଗିରଫ, ମାରଣାସ୍ତ୍ର ସହ ଏକାଧିକ ଗାଡି ଜବତ ।

42

କନକ ବ୍ୟୁରୋ: ଡକାୟତି ଗ୍ୟାଙ୍ଗ ଉପରେ ପୋଲିସର ଚଢ଼ାଉ । ୩ ଗିରଫ ,ବିଭିନ୍ନ ମାରଣାସ୍ତ୍ର ଓ ବାଇକ ସ୍କୁଟି ଜବତ । ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସୁଧାକର ତଇଲା ନିକଟରେ ରାତିରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ ଚଢ଼ାଉ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୮ ରୁ ୧୦ ଜଣ ଡକାୟତି ଯୋଜନା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ମାନେ ହେଲେ କାଳିଆପାଣି ଥାନା ରାସୋଲ ଗାଁର ରାକେଶ ପାତ୍ର ,କାମାକ୍ଷାନଗର ଥାନା ବାଲିଚତୁରୀ ଗାଁର ରଜନୀକାନ୍ତ ମଲ୍ଲିକ ଓ ରଞ୍ଜିତ ମଲ୍ଲିକ ଶନିବାର ଗିରଫ ୩ଜଣଙ୍କୁ କୋର୍ଟ ଚାଲାଣ କରିବା ସହିତ ସେମାନଙ୍କ ଠାରୁ ମାରଣାସ୍ତ୍ର ଓ ଗାଡି ଜବତ ।