ପିରାମିଡ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ । ଆମେରିକା ପରେ ଇଜିପ୍ଟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ । ଗ୍ରେଟ୍ ପିରାମିଡ ଅଫ୍ ଗିଜା ଓ ଅଲ୍ ହାକିମ୍ ମସଜିଦ୍ ପରିଦର୍ଶନ

129

କନକ ବ୍ୟୁରୋ: ଇଜିପ୍ଟରେ ପିରାମିଡ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆମେରିକା ପରେ ଇଜିପ୍ଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଇଜିପ୍ଟର ରାଜଧାନୀ କାଇରୋ ବୁଲିଛନ୍ତିି । କାଇରୋରେ ଥିବା ପ୍ରସିଦ୍ଧ ‘ଗ୍ରେଟ୍ ପିରାମିଡ ଅଫ୍ ଗିଜା ବୁଲି ଦେଖିଛନ୍ତି ମୋଦୀ । ଉତ୍ତର ଇଜିପ୍ଟର ନୀଳ ନଦୀ କୂଳରେ ଥିବା ପିରାମିଡ ଅଫ୍ ଗିଜା ବୁଲିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ କାଇରୋରେ ଥିବା ଏକାଦଶ ଶତାବ୍ଦୀର ଅଲ-ହାମିକ ସମଜିଦ୍ ବୁଲି ଦେଖଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ପ୍ରଥମ ଥର ପାଇଁ ଇଜିପ୍ଟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ କାଇରୋ ବିମାନବନ୍ଦରରେ ପହଞ୍ଚିବା ପରେ ଇଜିପ୍ଟ ରାଷ୍ଟ୍ରପତି ତାଙ୍କୁ ସ୍ୱାଗତ କରିଥିଲେ । ଛୋଟପିଲା ମାନେ ହାତରେ ପତାକା ଧରି ପ୍ରଧାନମନ୍ତ୍ରୀଙ୍କ ନାଁକୁ ଉଚ୍ଚାରଣ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ସହ କଥାବାର୍ତା ହେବା ସହ ଫଟୋ ଉଠାଇଥିଲେ । ଇଜିପ୍ଟରେ ପହଞ୍ଚିିବା ପରେ ପ୍ରଧାନମନ୍ତ୍ରୀ ଇଜିପ୍ଟର ଶୀର୍ଷ ନେତା ତଥା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

୨ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ମଜବୁତ କରିବା ଦିଗରେ ଉକ୍ତ ବୈଠକରେ ଆଲୋଚନା ହୋଇଛି । ବିଶେଷ କରି ସୁରକ୍ଷା ଏବଂ ରାଜନୈତିକ ସହଯୋଗିତା ନେଇ ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ ଆଲୋଚନା ହୋଇଛି । ଗତ ୨୬ ବର୍ଷରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଇଜିପ୍ଟ ଗସ୍ତ କରିଛନ୍ତି । ଆସନ୍ତା ସେପ୍ଟେମ୍ବରରେ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଇଜିପ୍ଟ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛନ୍ତି ।  ଇଜିପ୍ଟ ରାଷ୍ଟ୍ରପତି ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ ଦ ନିଲେ’ ସମ୍ମାନରେ ସମ୍ମାନିତ କରିଛନ୍ତିି । ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ ଏହି ଭେଟଘାଟ ଉଭୟ ଦେଶର ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି କୁହାଯାଉଛି ।