ମୃତ୍ୟୁ ପରେ ଜୀବିତ ରହିଲେ ପ୍ରସନ୍ନଜିତ । ବ୍ରେନଷ୍ଟ୍ରୋକରେ ମୃତ ଘୋଷଣା ପରେ ଅଙ୍ଗଦାନ କଲେ ପରିବାର । କିଡନୀ, ଫୁସଫୁସ, ଲିଭର ଦାନ କରି ବଞ୍ଚାଇଲେ ୪ ଜୀବନ

1,114

କନକ ବ୍ୟୁରୋ: ଏମିତି ବହୁତ କମ୍ ଲୋକଥାନ୍ତି, ଯେଉଁମାନଙ୍କୁ ଲୋକ ମୃତ୍ୟୁ ପରେ ମନେ ରଖନ୍ତି । ସେହିପରି ମୃତ୍ୟୁ ପରେ ବି ଜୀବିତ ରହିଛନ୍ତି ପ୍ରସନ୍ନଜିତ । ବ୍ରେନଷ୍ଟ୍ରୋକରେ ତାଙ୍କର ମୃତ ଘୋଷଣା ପରେ ଅଙ୍ଗଦାନ କରି ଦେଇଥିଲେ ପରିବାର । ଆଉ ପ୍ରସନ୍ନଜିତଙ୍କ କିଡନୀ, ଫୁସଫୁସ, ଲିଭର ଦାନ ପରେ ନୂଆ ଜୀବନ ପାଇଛନ୍ତି ୪ଜଣ । ସମ୍ ହସପିଟାଲ୍ ଓ କଟକ ବଡ଼ ମେଡିକାଲରେ ହୋଇଛି ଅଙ୍ଗ ପ୍ରତିରୋପଣ ।

ଯେଉଁ ପୁଅ ଦିନେ ସାହାରା ହେବ ଭାବିଥିଲେ । ଯାହାର ମୁହଁ ଚାହିଁ ଜୀବନ ବଞ୍ଚୁଥିଲେ । ତା’ର ମୃତଦେହ ଯେତେବେଳେ ସାମ୍ନାକୁ ଆସିଯାଉଛି, ବୁଢ଼ି ମା’ର ଛାତି ଫାଟି ଯାଉଛି । କୁନି କୁନି ଦୁଇଟି ପିଲା । ଜଣଙ୍କର ବୟସ ୭ବର୍ଷ, ଆଉ ଜଣଙ୍କର ବୟସ ମାତ୍ର ୩ବର୍ଷ । ଦୁନିଆକୁ ଜାଣିବାର ବୟସ ହୋଇନି । ହେଲେ ମୁଣ୍ଡ ଉପରୁ ହଟିଯାଇଛି ବାପାର ଆର୍ଶୀବାଦର ହାତ । କୁନି କୁନି ପାଲଟି ଯାଇଛି ମାପ ଛେଉଣ୍ଡ ।

  • ପରଲୋକରେ ପ୍ରସନ୍ନଜିତ
  • ଦେଇଗଲେ ୪ ନୂଆ ଜୀବନ

ପ୍ରସନ୍ନଜିତଙ୍କ କାହାଣୀ ଯେତିକି ଦୁଃଖ ଦାୟକ । ଘଟଣା ପଛର କାହାଣୀ, ସେତିକି ପ୍ରେରଣାଦାୟକ । ଚିରନିଦ୍ରାରେ ଶୋଇଯାଇଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ପ୍ରସନ୍ନଜିତ ମହାନ୍ତି । ଘର ଭୁବନେଶ୍ୱର ରେଣ୍ଟାଲ କଲୋନୀରେ । ବ୍ରେନ ଷ୍ଟ୍ରୋକର ଶିକାର ହୋଇ ସବୁଦିନ ପାଇଁ ଆଖି ବୁଜିଛନ୍ତି । କିନ୍ତୁ ତାଙ୍କ ଅବର୍ତମାନରେ ପତ୍ନୀ ଓ ପରିବାର ଲୋକେ ନେଇଥିବା ପଦକ୍ଷେପ ଏବେ ତାଙ୍କୁ ଦେଇଛି ନୂଆ ପରିଚୟ । ଅଙ୍ଗଦାନ କରି ଦେଇଛନ୍ତି ପ୍ରସନ୍ନଜିତ ।

ପ୍ରସନ୍ନଜିତ ବ୍ରେନଷ୍ଟ୍ରୋକର ଶିକାର ହେବା ପରେ ତାଙ୍କ ହୃଦସ୍ପଦନ ଚାଲୁଥିଲା । କିନ୍ତୁ ୨୪ ଘଣ୍ଟା ପରେ ତାହା ବି ବନ୍ଦ ହୋଇଯିବ ଡାକ୍ତର କହିଥିଲେ । ଏହାପରେ ଆରମ୍ଭ ହୋଇଥିଲା ସମସ୍ତ ପ୍ରକ୍ରିୟା । ଭୁବନେଶ୍ୱର ସ୍ଥିତ ସମ୍ ଅଲ୍ଟିମେଟରେ ପ୍ରସନ୍ନଜିତଙ୍କର ୫ ଅଙ୍ଗକୁ ଦାନ କରିଛନ୍ତି ପରିବାର ଲୋକ । ୨ଟି କିଡ୍୍ନୀ , ୨ଟି ଫୁସ୍ଫୁସ୍ ,ଓ ଗୋଟିଏ ଲିଭରକୁ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଉତ୍ସର୍ଗ କରି ଦେଇଛନ୍ତି ପତ୍ନୀ ମୃଦୁମଞ୍ଜରୀ ମହାପାତ୍ର । ୨ଟି କିଡନୀକୁ ସମ୍ ଓ କଟକ ବଡ ମେଡିକାଲରେ ପ୍ରତିରୋପଣ ହୋଇଛି । ସେହିଭଳି ଫୁସଫୁସକୁ କୋଲକତାର ଏକ ୧୬ ବର୍ଷୀୟ ନାବାଳକ ଶରୀରରେ ପ୍ରତିରୋପଣ ହୋଇଛି । ଅନ୍ୟପଟେ ଲିଭରକୁ ଦିଲ୍ଲୀରେ ପ୍ରତିରୋପଣ କରାଯାଇଛି ।

୨୦୨୧ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ରିପୋର୍ଟ ଜାରି କରିଥିଲା । ଯେଉଁଥିରେ ପ୍ରତିବର୍ଷ ୫ ଲକ୍ଷ ଲୋକ ବଞ୍ଚିବା ପାଇଁ ଅଙ୍ଗ ପ୍ରତିରୋପଣ ଆବଶ୍ୟକତା କରି ପ୍ରାଣ ହରାଉଛନ୍ତି । ଯେଉଁଥିରୁ ଅଧିକାଂଶ କିଡନୀ, ଲିଭର ରହିଛି ।